ପୃଥ୍ୱୀ ୨ ର ରାତ୍ରିକାଳୀନ ପରୀକ୍ଷଣ
ବାଲେଶ୍ବର: ବାଲେଶ୍ୱର ଚାନ୍ଦିପୁର ଆଇଟିଆରର ୩ ନମ୍ବର ଲଞ୍ଚରୁ ପୃଥ୍ୱୀ ୨ ର ରାତ୍ରିକାଳୀନ ପରୀକ୍ଷଣ ହୋଇଛି। ସଂପୂର୍ଣ୍ଣ ସ୍ୱଦେଶୀ ଗ୍ୟାନ କୌଶଳରେ ତିଆରି ପୃଥ୍ୱୀ ୨ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରିବ। ଏହା ଏକ ମଧ୍ୟମ ଦୂରଗାମୀ କ୍ଷପଣାସ୍ତ୍ର । ଏହାକୁ ଏକ ଚଳମାନ ଯାନରୁ ପରୀକ୍ଷା କରାଯାଇଛି । ଏହି କ୍ଷପଣାସ୍ତ୍ର ୫୦୦ରୁ ୧ ହଜାର କିଲୋଗ୍ରାମ ଓଜନର ଉଭୟ ଆଣବିକ ଏବଂ ଅଣପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବ ।
ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର । ଏହାର ଲମ୍ବ ୯ ମିଟର, ଓସାର ୧୧୦ ସେଣ୍ଟିମିଟର ଏବଂ ଓଜନ ୪.୬ ଟନ୍ । ପ୍ରତିରକ୍ଷା କ୍ଷେତ୍ରରେ ପୃଥ୍ୱୀ ୨ ଭାରତ ପାଇଁ ଏକ କୀର୍ତୀମାନ୍ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଆକଳନ କରିଛନ୍ତି ।
Comments are closed.