ମୁମ୍ବାଇ ଅଭିମୁଖେ ଯାତ୍ରା କଲେ ଅଭିନେତ୍ରୀ ଦୀପିକା ଓ ସାରା
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ଗଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ପୁଲିସ ଗିରଫ କରିଥିଲା। ସେଠାରେ ସେ ଅନେକ ସେଲିବ୍ରେଟିଙ୍କ ଡ୍ରଗ୍ସ ଲିଙ୍କ ବିଷୟରେ ଖୋଲାସା କରିଥିଲେ ।
ରିୟା ଚକ୍ରବର୍ତ୍ତୀଙ୍କ ଫୋନରେ ହୋଇଥିବା ଚାଟ୍ ଉପରେ ଆଧାର କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ଯାଞ୍ଚ ଆରମ୍ଭ କରିଥିଲା । ତେବେ ବଲିଉଡ଼ର ନାମି ଦାମି ହିରୋଇନ ଦିପିକା ପାଦୁକୋନଙ୍କ ନାଁ ମଧ୍ୟ ଆସିଛି ।
ତେବେ ଦୀପିକା ପାଦୁକୋନ , ସାରା ଅଲ୍ଲୀ ଖାଁ, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂଙ୍କ ମଧ୍ୟ ନାଁ ଉଠିଛି । ଏମାନଙ୍କୁ ଏନସିବି ପକ୍ଷରୁ ସମନ ଜାରି କରାଯାଇଛି ।
ଏନ୍ସିବି ପକ୍ଷରୁ ସମନ ଜାରି ହେବା ପରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସାରା ଅଲ୍ଲୀ ଖାନ୍ ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସାରାଙ୍କୁ ବିମାନ ବିମାନ ବନ୍ଦରରେ ଦେଖିବାକୁ ମିଳିଛି।
ଆଜି ଅପରାହ୍ନରେ ଗୋଆ ବିମାନ ବନ୍ଦରର ପ୍ରସ୍ଥାନ ଫାଟକରେ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିଛି। ଦୀପିକା ୧.୪୫ ସମୟରେ ଗୋଆ ହୋଟେଲ୍ ଚେକ୍ଆଉଟ୍ କରିଥିଲେ ବୋଲି ସୂଚନା ରହିଛି।
ନିର୍ଦ୍ଦେଶକ ସକୁନ୍ ବାତ୍ରାଙ୍କ ଆଗାମୀ ସିନେମାର ସୁଟିଂ ପାଇଁ ଦୀପିକା ପାଦୁକୋନ୍ ଗୋଆରେ ଥିଲେ।
Comments are closed.