କରୋନା: ରାଜ୍ୟରେ ୪୩୫୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫୪୫୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୮୨୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୪୩୫୬ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୯୭, ବାଲେଶ୍ୱରରୁ ୧୬୪, ବରଗଡରୁ ୧୦୬, ଭଦ୍ରକରୁ ୧୨୪, ବଲାଙ୍ଗିରରୁ ୭୬, ବୋଦ୍ଧରୁ ୪୯, କଟକରୁ ୪୦୯, ଦେବଗଡରୁ ୧୪, ଢେଙ୍କାନାଳରୁ ୮୪, ଗଜପତିରୁ ୨୦, ଗଂଜାମରୁ ୬୨, ଜଗତସିଂହପୁରରୁ ୧୭୧, ଯାଜପୁରରୁ ୧୩୬, ଝାରସୁଗୁଡାରୁ ୧୨୦, କଳାହାଣ୍ଡିରୁ ୭୨୧, କନ୍ଧମାଳରୁ ୯୧, କେନ୍ଦ୍ରାପଡାରୁ ୧୧୯, କେନ୍ଦୁଝରରୁ ୫୫, ଖୋର୍ଦ୍ଧାରୁ ୯୦୨ କୋରାପୁଟରୁ ୮୨, ମାଲକାନଗିରିରୁ ୨୮, ମୟୂରଭଂଜରୁ ୧୫୩, ନବରଙ୍ଗପୁରରୁ ୫୮, ନୟାଗଡରୁ ୫୧, ନୂଆପଡାରୁ ୧୭୩, ପୁରୀରୁ ୧୬୮, ରାୟଗଡାରୁ ୧୨୧, ସମ୍ବଲପୁରରୁ ୮୧,ସୋନପୁରରୁ ୧୪ ଏବଂ ସୁନ୍ଦରଗଡରୁ ୧୦୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୩୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
Comments are closed.