ସଡ଼କ ଦୁର୍ଘଟଣାରେ ୨ ଜଣ ଗୁରୁତର
![](https://www.odishalink.com/wp-content/uploads/2020/09/aaaaa.jpg)
ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ଅଧିନ ନାଲୋକ ଛକ ନିକଟ ଅରଣ୍ୟଭବନ ଅପର ପାର୍ଶ୍ବ ଡିଭାଉଡ଼ରେ ଏକ କାର୍ ପିଟି ହୋଇ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍ ଟି ଡମଣା ନାଲୋକ ଛକରୁ ଜୟଦେବିହାର ଆଡ଼କୁ ଗଲାବେଳେ ବାମପାର୍ଶ୍ବ ଡ଼ିଭାଇଡ଼ର ଡେଇଁ ଡ଼ାହାଣ ପାର୍ଶ୍ବରେ ଯାଉଥିବା ଏକ ହାଇଓ୍ବା ଗାଡ଼ିରେ ବାଡ଼େଇ ହୋଇଯାଇଥିଲା। ପରେ ଭାରସାମ୍ୟ ହରାଇ କାରଟି ପୁଣି ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ୨ ଜଣ ଗୁରୁତର ଆହାତ ହୋଇ ଜଣେ କ୍ୟାପିଟାଲ ହସ୍ପିଟାଲ ଅନ୍ୟ ଜଣେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
Comments are closed.