Odisha Link
Bridging the Missing Links in Odisha

ରେଡିଓରେ ପାଠପଢ଼ିବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଅଛି । ସେଥିପାଇଁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଥମରୁଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ପାଠ ପଢ଼ା ପାଇଁ ଏକ ପଦକ୍ଷେପ ନିଆଯାଛି।ସେ କହିଛନ୍ତି ପ୍ରଥମରୁଅଷ୍ଟମ ଶ୍ରେଣୀ ଛାତ୍ରା ଛାତ୍ରୀ ମାନେ ରେଡିଓରେ ପାଠ ପଢିବେ ।

ବିଦ୍ୟାର୍ଥୀଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳିପଦକ୍ଷେପ ନିଆଯାଇଛି । ୨୮ରୁ ରେଡିଓ ଜରିଆରେ ପାଠପଢା ହେବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀ(ବିିଇଓ)ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ରେଡ଼ିଓରେ ପାଠ ପଢାଇବା ପାଇଁ ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ନୂଆ ସିଲାବସ୍‌ ଅନୁସାରେ ସେପ୍ଟେମ୍ବର ୨୮ରୁ ରେଡ଼ିଓ ପାଠଶାଳାର ପ୍ରସାରଣ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି।

ସୋମବାରରୁ ଶୁକ୍ରବାର ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଟାରୁ ୧୦.୧୫ ପର୍ଯ୍ୟନ୍ତ ପ୍ରସାରଣ ହେବ। ପ୍ରତ୍ୟେକ ଦିନ ୧୫ ମିନିଟ୍‌ ରେଡିଓରେ ପ୍ରସାରଣ ହେବ। ସୋମବାର ପ୍ରଥମ ଓ ପଞ୍ଚମ ଶ୍ରେଣୀ, ମଙ୍ଗଳବାରରେ ଦ୍ୱିତୀୟ ଓ ଷଷ୍ଠ ଶ୍ରେଣୀ, ବୁଧବାରରେ ତୃତୀୟ ଓ ସପ୍ତମ ଶ୍ରେଣୀ, ଗୁରୁବାର ଚତୁର୍ଥ ଓ ଅଷ୍ଟମ ଶ୍ରେଣୀ, ଶୁକ୍ରବାରରେ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପ୍ରସାରଣ କରାଯିବ। ଏହା ଆକାଶବାଣୀର ସବୁକେନ୍ଦ୍ରରୁ ଏକ ସମୟରେ ପ୍ରସାରିତ ହେବ । ବିଦ୍ୟାର୍ଥୀ କେନ୍ଦ୍ର ସହ ନିୟୁଜ ଅନ୍‌ ଏୟାର ଆପ୍‌ ଜରିଆରେ ଶୁଣିପାରିବେ।

ରେଡିଓରେ ପ୍ରସାରିତ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷା ଆପ୍‌ରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପାଠ୍ୟ ବିଷୟ ସମ୍ବନ୍ଧରେ ଯୁଗ୍ମ ନିର୍ଦେଶକ, ଏମ୍‌ଆଇଏସ୍‌, ଶିକ୍ଷା ସୌଧ ଭୁବନେଶ୍ୱରଙ୍କୁ jdict.osepa@ gmail.com ମେଲ୍‌ ଜରିଆରେ ମତାମତ ଦେଇପାରିବେ। ଏହି କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ପ୍ରତିଷ୍ଠାନ କଟକଠାରେ ପାଠ୍ୟ ବିଷୟ ପ୍ରସ୍ତୁତ କରାଯାଉଛି।

Comments are closed.