Odisha Link
Bridging the Missing Links in Odisha

ସରକାରଙ୍କୁ ଘେରିବା ପାଇଁ ବିଜେପିର ବିଧାନସଭା ରଣକୌଶଳ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଇଛି। ଏଥିପାଇଁ ଆଜି ବିଧାନସଭା ରଣକୌଶଳ ନେଇ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି।

ରଣକୌଶଳ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭାରେ ବିଜେପି ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ପ୍ରସଙ୍ଗ ଉଠାଇବ। ଏଥିସହ ମନୁଷ୍ୟକୃତ ବନ୍ୟା ପ୍ରସଙ୍ଗ, ଚାଷୀ, ନାରୀ ନିର୍ଯାତନା ଓ ପୁରୀ ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗ ବିଧାନସଭାରେ ଉଠାଯିବ। କୃଷି ଆଇନକୁ କଂଗ୍ରେସର ବିରୋଧ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠାଯିବ ବୋଲି ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି।

Comments are closed.