ଆଜିଠୁ ପ୍ରସାରିତ ହେବ କେବିସି-୧୨
![](https://www.odishalink.com/wp-content/uploads/2020/09/KBC1.jpg)
ମୁମ୍ବାଇ : ବହୁ ଦିନର ଅପେକ୍ଷାର ଅନ୍ତ ଘଟାଇ ଆଜି ଆରମ୍ଭ ହେବ ସୋ କେବିସି-୧୨ । ଏହା ସୋମବାରରୁ ଶୁକ୍ରବାର ପ୍ରସାରିତ ରାତି ୯ଟା ପ୍ରସାରିତ ହେବ । ଏହାକୁ ଆପଣ ସୋନି ଟିଭି ଚ୍ୟାନେଲ କିମ୍ବା ମୋବାଇଲର ଜିଓ ଟିଭି, ଏୟାରଟେଲ ଟିଭିରେଦେଖିପାରିବେ।ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ ଉପସ୍ଥାପନ କରୁଛନ୍ତି ।
କେବିସି ସିଜନ୍-୧୨ରେ ନୂଆ କରି କିଛି କଥା ଯୋଡ଼ା ଯାଇଛି। ସାମାଜିକ ଦୂରତାକୁ ନଜରରେ ରଖି ସିଜନ୍-୧୨ରେ ଫାେଷ୍ଟସ୍ ଫିଙ୍ଗର ସଂଖ୍ୟାକୁ ୮ କରି ଦିଆଯାଇଛି। ଏହାସହ ଅଡ଼ିଏନ୍ସ ପୋଲ୍ ବି ହଟାଇ ଦିଆଯାଇଛି। ମାତ୍ର ‘ଭିଡ଼ିଓ ଏ ଫ୍ରେଣ୍ତ’ ନାମରେ ନୂଆ କରି ଏକ ଅପ୍ସନ ରଖାଯାଇଛି ।
ଏଥର ପ୍ରତିଯୋଗୀଙ୍କ ସହ ତାଙ୍କର ଜଣେ ମାତ୍ର ପରିଚିତ ବ୍ୟକ୍ତିଙ୍କୁ ସେଟ୍ରେ ରହିବାକୁ ଅନୁମତି ରହିଛି। କେବିସି ସିଜନ୍-୧୨ର ଥିମ୍ ରହିଛି ‘ସେଟ୍ବ୍ୟାକ୍ କା ଜବାବ କମ୍ ବ୍ୟାକ୍ ସେ’।
Comments are closed.