ସରକାରଙ୍କ ଅଧୀନରେ ବଗଲା ଜମି
ଭୁବନେଶ୍ବର: ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ପ୍ରସଙ୍ଗ ଆଜି ଆଉ ପାଦେ ଆଗକୁ ଆଗେଇଛି। ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ବଗଲା ଜମି ସରକାରଙ୍କ ଅଧୀନରେ ଥିବା ଜଣାଇଲେ ସରକାର। ଜମି ସରକାରଙ୍କ ଅଧୀନରେ ଅଛି। ତାକୁ ନବୀକରଣ କରାଯାଇଛି। ଦାଖଲ ଜବାବ ସତ୍ୟପାଠ ଆକାରରେ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ସତ୍ୟପାଠ ପାଇଁ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଅନ୍ୟ ପ୍ରତିପକ୍ଷଙ୍କୁ ମଧ୍ୟ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କୁ ମଧ୍ୟ ପ୍ରତିଜବାବ ମାଗିଛନ୍ତି କୋର୍ଟ। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
Comments are closed.