Odisha Link
Bridging the Missing Links in Odisha

ବଢ଼ିଲା ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ଫର୍ମପୂରଣ ଅବଧି

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି। ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇଥିବା ଫର୍ମ ପୂରଣ ୨୮ ତାରିଖରେ ଶେଷ ହୋଇଛି। ତେବେ ବହୁ ବିଦ୍ୟାର୍ଥୀ ଆବେଦନ କରି ନଥିବାରୁ ସମୟ ସୀମାକୁ ଆଉ ୩ ଦିନ ବଢ଼ାଇ ଦିଆଯାଇଛି। ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ଅନ୍‌ଲାଇନ୍‌ରେ ପରୀକ୍ଷା ଫି’ ଦାଖଲ କରିପାରିବେ।

ଆଗାମୀ ଦିନରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବନି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ଆନେକ୍ସର-୨, ଏସ୍‌ବି କଲେକ୍ଟ ରିସିପ୍ଟ, ‌ମାର୍କସିଟ୍‌ ଜେରକ୍ସ କପି ଆଦି ଅକ୍ଟୋବର ୩ରୁ ୫ ପର୍ଯ୍ୟନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ଇ-ମେଲ୍‌ରେ ପଠାଇପାରିବେ।

Comments are closed.