ରେଳ ଲାଇନ୍ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
![](https://www.odishalink.com/wp-content/uploads/2020/01/dead-body-11.jpg)
ବଲାଙ୍ଗୀର: ବଲାଙ୍ଗୀର କଣ୍ଟାବାଞ୍ଜି କରଲା ଫାଟକ ରେଳ ଲାଇନ କଡ଼ରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକଜଣକ ହେଲେ ବେଲପଡ଼ା ଗାଁର ମହେନ୍ଦ୍ର ପୋଡ଼। ମହେଦ୍ର ଡ୍ରାଇଭର ଭାବେ କଣ୍ଟାବାଞ୍ଜିର ଏକ ଟ୍ରାନ୍ସପୋର୍ଟ କମ୍ପାନିରେ କାମ କରୁଥିଲେ। ପରିବାର ଲୋକ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି।
କଣ୍ଟାବାଞ୍ଜି ଏସଡିପିଓ, ଥାନା ଅଧିକାରୀ, ଜିଆରପି, ଆରପିଏଫ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ମହେନ୍ଦ୍ର ଏକ ପିକଅପ ଗାଡ଼ିରେ ରାୟପୁରରୁ କିଛି ସାମଗ୍ରୀ ନେଇ କଣ୍ଟାବାଞ୍ଜି ଆସୁଥିଲେ। ତେବେ କରଲା ଫାଟକ ରେଳ ଲାଇନ କଡ଼ରେ ତାର ମୃତ୍ୟୁ ଦେହ ପଡ଼ିଥିବା ବେଳେ ପିକଅପ ଗାଡି ରାସ୍ତା କଡରେ ଛିଡ଼ା ହୋଇଥିବା ଦେଖାଯାଇଛି।
Comments are closed.