Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୩୦୫୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୯୩୮୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୪ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୨୪୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୩୦୫୩ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୬୪, ବାଲେଶ୍ୱରରୁ ୮୫, ବରଗଡରୁ ୯୮, ଭଦ୍ରକରୁ ୭୦, ବଲାଙ୍ଗିରରୁ ୯୫, ବୋଦ୍ଧରୁ ୨୮, କଟକରୁ ୨୬୫, ଦେବଗଡରୁ ୧୬, ଢେଙ୍କାନାଳରୁ ୫୧, ଗଜପତିରୁ ୧୮, ଗଂଜାମରୁ ୫୨, ଜଗତସିଂହପୁରରୁ ୭୨, ଯାଜପୁରରୁ ୧୧୦, ଝାରସୁଗୁଡାରୁ ୧୪୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୨, କେନ୍ଦ୍ରାପଡାରୁ ୧୧୫, କେନ୍ଦୁଝରରୁ ୧୩୩, ଖୋର୍ଦ୍ଧାରୁ ୫୬୧ କୋରାପୁଟରୁ ୪୪, ମାଲକାନଗିରିରୁ ୬୨, ମୟୂରଭଂଜରୁ ୧୫୩, ନବରଙ୍ଗପୁରରୁ ୧୪, ନୟାଗଡରୁ ୬୭, ନୂଆପଡାରୁ ୫୬, ପୁରୀରୁ ୧୨୭, ରାୟଗଡାରୁ ୩୬, ସମ୍ବଲପୁରରୁ ୧୨୩, ସୋନପୁରରୁ ୮୩ ଏବଂ ସୁନ୍ଦରଗଡରୁ ୯୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୧୪୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.