Odisha Link
Bridging the Missing Links in Odisha

ବିଧାନସଭା ଖବର: ଗୃହରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

ଭୁବନେଶ୍ବର: ଆଜି ବିଧାନସଭାରେ ମୋଦି ଓ ଯୋଗୀଙ୍କ ବିରୋଧରେ ନାରାବାଜି ଦେଇଛି କଂଗ୍ରେସ। ହାଥରସ ଗଲାବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୋଲିସ ଯେଭଳି ଦୁର୍ବ୍ୟବହାର ପ୍ରଦର୍ଶନ କଲା, ତା ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ ସଦସ୍ୟ। ଗୃହର ମଧ୍ୟଭାଗକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ହଙ୍ଗାମା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଇସ୍ତଫା ଦାବି କରିବା ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ ଜିନ୍ଦାବାଦ ପକାଇଛନ୍ତି କଂଗ୍ରେସ ବିଧାୟକ। ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ରାହୁଲ ଗାନ୍ଧୀଙ୍କୁ ପୋଲିସ ମାଡ ମାରିବା ଓ ଠେଲିଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ତେବେ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଫଳରେ ଗୃହ ୧୫ ମାନିଟ ଯାଏଁ ମୂଲତବୀ ହୋଇଥିଲା।

Comments are closed.