Odisha Link
Bridging the Missing Links in Odisha

ନୂଆ ଆଇନରେ ଚାଷୀ ଉପକୃତ ହେବେ: ଧର୍ମେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଆଜି ଏକ ପ୍ରସମିଟ୍‌ କରିଛନ୍ତି। ଏହି ପ୍ରେସମିଟ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ। ଉତ୍ପାଦନ, ଷ୍ଟୋରେଜ୍‌ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ। ୭୦ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ। ଏପିଓ ଲାଗୁ ହେବ। ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ।

ଯେଉଁ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏମଏସପି ବନ୍ଦ ହେବ ନାହିଁ। କୃଷି ଭିତ୍ତିଭୂମିର ବିକାଶ ପାଇଁ ୧ ଲକ୍ଷ କୋଟିର ବ୍ୟୟ ଅଟକଳ ହୋଇଛି। ମାତ୍ର ୧୬ଟି ସାମଗ୍ରୀ ଉପରେ ଏମଏସପି ବ୍ୟବସ୍ଥା ରହିଛି। ଯେଉଁ ସାମଗ୍ରୀ ପାଇଁ ଏମଏସପି ନାହିଁ ସେସବୁ ପାଇଁ ବଜାର ଦରକାର। ଏଥିପାଇଁ ସରକାର କୃଷି ଆଇନରେ ସଂସ୍କାର ଆଣିଛନ୍ତି।

Comments are closed.