Odisha Link
Bridging the Missing Links in Odisha

ଭୁଶୁଡ଼ିଲା କୋଠା, ୭ ଯବାନ ମୃତ୍ୟୁ

ଶିମଲା: ଭୁଶୁଡ଼ିଲା ଚାରି ମହଲା କୋଠା। ଏଭଳି ଅଭାବନୀୟ ଘଟଣା ହିମାଚଳ ପ୍ରେଦଶର କୁମାରହଟ୍ଟୀ ସହରରେ ଘଟିଛି। ଚାରି ମହଲା କୋଠା ଭୁଶୁଡ଼ିବା ଫଳରେ ୭ଜଣ ଯବାନ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅତ୍ୟଧିକ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିଲା।ଫଳରେ ଏହା ଭୁଶୁଡ଼ି ପଡ଼ିଥିଲା ବୋଲି ସୂଚନା ରହିଛି।

ସୂଚନାଥାଉକି, ଭୁଶୁଡ଼ି ପଡ଼ିଥିବା କୋଠାଟି ଏକ ରେଷ୍ଟୁରାଣ୍ଟ ଅଟେ। ଆସାମ୍ ରାଇଫଲ୍‌ସ୍‌ର ୩୦ ଜଣ ଜୁନିୟର୍‌ କମିସନ୍‌ଡ୍‌ ଅଫିସର୍ସ ରବିବାର ଏଠାରେ ପାର୍ଟିର ଆୟୋଜନ କରିଥିଲେ। ସେତେବେଳେ ଏହି କୋଠାରେ ସେମାନଙ୍କ ସହ ରେଷ୍ଟୁରାଣ୍ଟର କର୍ମଚାରୀ ଓ ୧୫ ଜଣ ସାଧାରଣ ନାଗରିକ ମଧ୍ୟ ଥିଲେ। ଖବର ଲେଖା ହେବା ସୁଦ୍ଧା ଏନଡିଆରଏଫ୍, ଆର୍ମି ଏବଂ ପୁଲିସ୍‌ ମିଳିତ ଭାବରେ ୨୮ ଜଣଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଜଣ ଯବାନ ଥିବା ବେଳେ ୧୧ ଜଣ ସାଧାରଣ ନାଗରିକ ଅଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ। କୋଠା ଭୁଶୁଡ଼ିବା ପରେ ଏହାର ମାଲିକ ସାଇଲ କୁମାର ଫେରାର ହୋଇଯାଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ମୃତକଙ୍କ ମଧ୍ୟରେ କୋଠାର ମାଲିକଙ୍କ ପତ୍ନୀ ମଧ୍ୟ ଅଛନ୍ତି।

Comments are closed.