Odisha Link
Bridging the Missing Links in Odisha

ବିଧାନସଭା ଖବର: ହଟ୍ଟଗୋଳ ମଧ୍ୟରେ ଚାଲିଛି ଗୃହ କାର୍ଯ୍ୟ

ଭୁବନେଶ୍ବର: ଆଜି ବିଧାନସଭାରେ ହଟ୍ଟଗୋଳ ଲାଗି ରହିଥିଲେ ବି ଜାରି ରହିଛି ଗୃହ କାର୍ଯ୍ୟ। ବିଧାନସଭାରେ ବାଚସ୍ପତି ମୁଲତବି ନୋଟିସ୍‌ ଗ୍ରହଣ ନକରିବାରୁ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ପିଏମ୍‌ କିଶାନ ଯୋଜନାକୁ ନେଇ ମୁଲତବି ନୋଟିସ୍‌ ଦେଇଥିଲା ବିଜେପି। ସେପଟେ ମୁଲତବି ନୋଟିସ୍‌କୁ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାଚସ୍ପତିଙ୍କ କହିବା ଅନୁଯାୟୀ ଗତକାଲି ଚାଷୀ ସମସ୍ୟା ସଂପର୍କରେ ମୁଲତବି ନୋଟିସ୍‌ ଆସିଥିଲା। ଆଜି ସମାନ ପ୍ରସଙ୍ଗ ଆସିଥିବାରୁ ମୁଲତବି ଗ୍ରହଣ ହୋଇ ନାହିଁ। କହିବାକୁ ସୁଯୋଗ ନମିଳିବାରୁ ଗୃହର ମଧ୍ୟ ଭାଗକୁ ଆସି ବିଜେପି ସଦସ୍ୟମାନେ ଧାରଣା ଦେଇଥିଲେ।

ଅନ୍ୟପଟେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌କୁ ନେଇ ଗୃୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ବିବୃତି ରଖିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଓଡ଼ିଶାରେ ନିରପେକ୍ଷତା ଓ ସ୍ବଚ୍ଛତାରେ ଭିସି ଚୟନ ହୋଇଥାଏ। ନିଯୁକ୍ତି ରାଜ୍ୟପାଳ କରନ୍ତି। ସ୍ବାୟତ୍ତତା ନଷ୍ଟ ହେଉନାହିଁ। ଅଧ୍ୟାପାକ ନିଯୁକ୍ତି ଓପିଏସସି ଦ୍ବାରା କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ। ସଂଶୋଧିତ ବିଲ୍‌ରେ ସନେଟ୍‌ ଉଚ୍ଛେଦ ଓ ସିିଣ୍ଡିକେଟ ମଜଭୁତ କରାଯାଇଛି। ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

Comments are closed.