ଜଣେ ଝିଅର ଜୀବନ ଖରାପ କରିଦେଲ : ହୁମା

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହାକୁ ଅନେକ ଲୋକ ପ୍ରସଂଶା କରିବା ସହିତ ନିନ୍ଦା ମଧ୍ୟ କରିଛନ୍ତି ।
ତେବେ ଅଭିନେତ୍ରୀ ହୁମା କୁରେଶି ବହୁତ ରାଗି ଥିବାର ନଜରେ ଆସିଛନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି , ସମସ୍ତେ ରିୟାଙ୍କୁ କ୍ଷମା ମାଗିବା ଉଚିତ୍।
Everyone owes #RheaChakraborty an apology .. And there must be an investigation into people who started these murder conspiracy theories .. Shame on you for destroying a girl and her family’s life for your agendas @Tweet2Rhea
— Huma S Qureshi (@humasqureshi) October 7, 2020
ଏହି ମାମଲାର ଯାଞ୍ଚ ହେବା ଦରକାର, ସେମାନେ କିଏ ଥିଲେ ଯେଉଁମାନେ ହତ୍ୟା ବୋଲି କହୁଥିଲେ। ଲଜ୍ୟା ଆସିବା ଦରକାର କି ଗୋଟିଏ ଝିଅ ଏବଂ ପରିବାରର ଜୀବନ କେବଳ ନିଜ ଏଜେଣ୍ଡା ପୁରା କରିବା ପାଇଁ ଖରାପ କରିଦେଇଛନ୍ତି। ହୁମା କୁରେଶିଙ୍କ ଏହି ଟ୍ୱିଟ ଭାଇରାଲ ହେବାରେ ଲାଗିଛି।
ହୁମାଙ୍କ ବ୍ୟତୀତ ତାପସୀ ପନ୍ନୁ, ଅନୁଭବ ସିହ୍ନାଙ୍କ ଭଳି ତାରକା ନିଜର ଖୁସି ବ୍ୟକ୍ତି କରିଛନ୍ତି।
Comments are closed.