ଟିଆର୍ପି ଜାଲିଆତି ମାମଲା: ୨ ଗିରଫ
![](https://www.odishalink.com/wp-content/uploads/2020/10/trp.jpg)
ମୁମ୍ୱାଇ: ମୁମ୍ବାଇରେ ଟିଆରପି ଜାଲିଆତି ରାକେଟ ଠାବ କରିଛି ପୋଲିସ। ୨ ମରାଠୀ ଟିଭି ଚ୍ୟାନେଲର ମାଲିକ ବି ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଏବେ କୋର୍ଟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପୋଲିସ ହେଫାଜତକୁ ଦେଇଛି। ଅଭିଯୋଗ ଅନୁଯାୟୀ, ପୋଲିସ ଦୁଇ ଅଭିଯୁକ୍ତଙ୍କଠାରୁ ଯଥାକ୍ରମେ ୨୦ ଲକ୍ଷ ଓ ୮.୫ ଲକ୍ଷ ଟଙ୍କା ଜବତ କରିଛି। ତେବେ କେବଳ ରିପବ୍ଲିକ ଟିଭି ନୁହେଁ ମୁମ୍ୱାଇ ପୋଲିସ ଫକଥ୍ ମରାଠୀ ଓ ବକ୍ସ ସିନେମା ଭଳି ଦୁଇ ଟିଭି ଚ୍ୟାନେଲ ମାଲିକଙ୍କୁ ଗିରଫ କରିଛି। ଏସବୁ ଆଞ୍ଚଳିକ ସ୍ତରର ଚ୍ୟାନେଲ ହୋଇଥିବା ବେଳେ ରିପବ୍ଲିକ୍ ଟିଭି ଏକ ଜାତୀୟ ସ୍ତରର ଆଗଧାଡ଼ିର ଚ୍ୟାନେଲ।
ମୁମ୍ୱାଇ ସହରର କମିଶନର ପରମବୀର ସିଂହଙ୍କ କହିବା ଅନୁଯାୟୀ, ମୁମ୍ୱାଇ ସହରରେ ଟିଆରପି ନିୟନ୍ତ୍ରଣ କରିବା ପାଇଁ ୨ ହଜାର ବାରୋମିଟର ବ୍ୟବହାର କରାଯାଉଛି। ଟିଆରପି ହିସାବ-ନିକାସ ରଖୁଥିବା BARC ଦ୍ୱାରା ଏହି ବାରୋମିଟର ମନିଟର ହୋଇଥାଏ। ବିଶେଷ ଭାବେ ଏହି ସଂସ୍ଥା ଟିଆରପି କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା କରିବା ସହ ଟିଭି ଦର୍ଶକଙ୍କ ଚାହିଦା ଉପରେ ନଜର ରଖିଥାଏ। ତେବେ ସାଧାରଣତଃ ଟିଆରପି ରେଟ୍ କରିବା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ଲୋକପ୍ରିୟତା ଜଣାପଡ଼ିଥାଏ। BARC ଦେଶରେ ଥିବା ଟିଭି ଦର୍ଶକଙ୍କ ଟିଭି ଦେଖାର ଚାହିଦା ହିସାବରେ ଭିନ୍ନ ଭିନ୍ନ ଟିଭି ଚ୍ୟାନେଲକୁ ଟିଆରପି ଦେଇଥାଏ। ଏଭଳି ହେବା ଦ୍ୱାରା ଟିଭି ଚ୍ୟାନେଲ ନିଜ ଲୋକପ୍ରିୟତା ସମ୍ପର୍କରେ ଜାଣିବା ସହ ଆଗାମୀ ସମୟରେ କେଉଁ ଭଳି ଭାବେ ଲୋକଙ୍କ ପାଖରେ ଅଧିକ ସକ୍ରିୟ ଭାବେ ପହଞ୍ଚିପାରିବ ସେନେଇ ଯୋଜନା ବନାଇଥାଏ।
ମୁମ୍ୱାଇ ମହାନଗର ନିଗମ କମିଶନରଙ୍କ କହିବା ମୁତାବକ, ରିପବ୍ଲିକ୍ ଟିଭି ସପକ୍ଷରେ ଦର୍ଶକ ପ୍ରସ୍ତୁତ କରିବା ପାଇଁ ଲୋକଙ୍କୁ ଟଙ୍କା ଯୋଗାଇ ଦିଆଯାଇଛି। ଟିଭିରେ କେଉଁ ଭଳି ଭାବେ ସବୁ ସମୟରେ ରିପବ୍ଲିକ୍ ଚ୍ୟାନେଲର ପ୍ରସାରଣ ହେବ ସେଥିପାଇଁ ରିପବ୍ଲିକ୍ ଚ୍ୟାନେଲ ଲୋକଙ୍କୁ ଲାଞ୍ଚ ଦେଇଛି। ପରିବାରର କୌଣସି ସଦସ୍ୟ ଘରେ ନଥିବା ବେଳେ କିମ୍ୱା ଟିଭି ନଦେଖୁଥିବା ବେଳେ ମଧ୍ୟ ଟିଭିରେ ରିପବ୍ଲିକ ଚ୍ୟାନେଲର ପ୍ରସାରଣ କରିବା ପାଇଁ ଅନେକ ଲୋକଙ୍କୁ ଅର୍ଥ ଦିଆଯାଇଛି। ଏଭଳି ହେବା ଦ୍ୱାରା ରିପବ୍ଲିକ ଟିଭିର ଟିଆରପି ବଢିଛି ଓ ଏହା ଆଇନ ସଙ୍ଗତ ନୁହେଁ।
Comments are closed.