ମୂର୍ତ୍ତି ଉଚ୍ଚତା ବିବାଦ: ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ଆଜି ରାଜ୍ୟ ସରକାର ହାଇକୋର୍ଟରେ ୨ଟି ସତ୍ୟପାଠ ଦାଖଲ କରିଛନ୍ତି। ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ୪ଫୁଟ ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି ୫ଟି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ବାଲୁବଜାର, ଫିରିଙ୍ଗି ପଜାର ଓ ତଳତେଲେଙ୍ଗା ବଜାର ପକ୍ଷରୁ ମାମଲା ଦାୟର ହୋଇଥିଲା। ପୂର୍ବରୁ ରାଜ୍ୟ ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ ହେବ ବୋଲି ନିଦେ୍ର୍ଦଶ ଦେଇଥିବା ବେଳେ ଆଜି ସତ୍ୟପାଠରେ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ହେବା ସପକ୍ଷରେ ଯୁକ୍ତି ରଖିଛନ୍ତି।
ସୂଚନାଯୋଗ୍ୟ, କରୋନା ସମୟରେ ଆଡ଼ମ୍ବରଶୂନ୍ୟ ଦୁର୍ଗା ପୂଜା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ ମଧ୍ୟ କମାଇ ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇ ଆସୁଛି।
Comments are closed.