ଅଟୋ ଡ୍ରାଇଭରର ବଳାତ୍କାର ଉଦ୍ୟମ, ଛାତ୍ରୀଙ୍କୁ ଉଦ୍ଧାର କଲେ ସାମ୍ୱାଦିକ

ଭୁବନେଶ୍ୱର: ପିଜି ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ। ବଳାତ୍କାରୀ ଅଟୋ ଡ୍ରାଇଭର ଠାରୁ ଛାତ୍ରୀଙ୍କୁ ଉଦ୍ଧାର କଲେ ସାମ୍ୱାଦିକ। ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ବାରଙ୍ଗ ଅଞ୍ଚଳରେ। ୩ଜଣ ସାମ୍ବାଦିକ ବଳାତ୍କାରୀ ଅଟୋ ଡ୍ରାଇଭରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଛାତ୍ରୀଙ୍କ ପକ୍ଷରୁ ଏତଲା ପରେ ପୋଲିସ ଅଟୋ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ, କେନ୍ଦ୍ରାପଡ଼ା ତାରପୁର ଅଞ୍ଚଳର ଜଣେ ପିଜି ଛାତ୍ରୀ ଅର୍ଥନୀତି ପରୀକ୍ଷା ଦେବା ପାଇଁ ବସ୍ରେ ଭୁବନେଶ୍ୱର ଆସୁଥିଲେ। ରାସ୍ତାରେ ତାଙ୍କର ବାନ୍ତି ହେବାରୁ ସେ କଟକରୁ ଏକ ଅଟୋ ଯୋଗେ ଭୁବନେଶ୍ୱର ଇଗ୍ନୋକୁ ଆସିଥାନ୍ତେ। ମାତ୍ର ଅଟୋ ଡ୍ରାଇଭର ଚାଲାକୀ କରି ମୁଣ୍ଡଳୀର ଏକ ଘଞ୍ଚ ଜଙ୍ଗଲକୁ ଛାତ୍ରୀଙ୍କୁ ନେଇ ବଳାତ୍କାର ଉଦ୍ୟମ କରିଥିଲା। ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସେଇ ବାଟରେ ଯାଉଥିବା ୩ଜଣ ସାମ୍ବାଦିକ ତାଙ୍କୁ ଉଦ୍ଧାର କରିବା ସହ ଅଟୋ ଡ୍ରାଇଭରକୁ ପୋଲିସ ଜିମା ଦେଇଛନ୍ତି।
Comments are closed.