ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ
ଭୁବନେଶ୍ୱର: ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବଢିବାରେ ଲାଗିଛି। ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ କରି ଦୁର୍ବୃତ୍ତ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡ଼ିଛି। ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଚାଟ୍ କରି ଟଙ୍କା ମାଗୁଛନ୍ତି ଦୁବୃର୍ତ୍ତ।
ପୂର୍ବରୁ ଗୁଇନ୍ଦା ଡିଆରଜିଙ୍କ ନାଁରେ ମଧ୍ୟ ଖୋଲାଯାଇଥିଲା ଫେକ୍ ଆକାଉଣ୍ଟ। ତେବେ ହିନ୍ଦୀ ଭାଷାରେ ଚାଟ୍ କରୁଥିବା ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ। ଗୁଗୁଲ ପେ’ରେ ଟଙ୍କା ଦେବା ପରେ ସ୍କ୍ରିନସଟ୍ ଦେବା ପାଇଁ କହିବା ସହ ସକାଳ ୧୦ଟା ବେଳକୁ ଫୋନ କରିବାକୁ କହିଥିଲା ଦୁର୍ବୃତ୍ତ।
Comments are closed.