ହୁଣ୍ଡାଇ କାର ଜାଳିଦେଲେ କୋଇଲା ମାଫିଆ
ଭଦ୍ରକ : ପ୍ରତାପ ବେହେରାଙ୍କ କାର ଜାଳି ଦେଲେ କୋଇଲା ମାଫିଆ । ଏହି ଘଟଣାଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର, ମାରପୁର ଗାଁରେ ଘଟିଛି ।
ସେ ପୁଲିସକୁ କୋଇଲା ଚୋରିର ତଥ୍ୟ ଦେଇଥିବାରୁ ଏପରି ଘଟଣା ଘଟିଥିଲା । ତେବେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଫିଆମାନେ ରାତାରାତି ମାଲାମାଲ ହେଉଛନ୍ତି।
ସୂଚନା ଅନୁସାରେ ମାରପୁର ଗାଁର ତାପ ବେହେରାଙ୍କୁ କୋଇଲା ଚୋରି ବିଷୟରେ ପଚାରିଥିଲେ । ସେ ମଧ୍ୟ କୋଇଲା ଚୋରି ହେଉଥିବାର ଠିକଣା ପୁଲିସକୁ ଜଣାଇଥିଲେ। କିନ୍ତୁ ପୁଲିସକୁ ସବୁ ତଥ୍ୟ ଦେବା କଥାକୁ ହଜମ କରିପାରିନଥିଲେ କୋଇଲା ମାଫିଆ।
ଯାହା ଫଳରେ ଏହି ରାଗ ରଖି କୋଇଲା ମାଫିଆମାନେ ଗତକାଲି ବିଳମ୍ବିତ ରାତିରେ ପ୍ରତାପ ବେହେରାଙ୍କ ହୁଣ୍ଡାଇ କାରଟିକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା କହିଛନ୍ତି ପ୍ରତାପ ଓ ତାଙ୍କ ପରିବାର।
Comments are closed.