ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପ: ଶ୍ରେୟ ନେବାକୁ ନବୀନ ଓ ଧର୍ମେନ୍ଦ୍ରଙ୍କ ପ୍ରତିଯୋଗିତା

ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ହେବାକୁ ଯାଉଛି ଦୁଇ ଦୁଇଟି ଉପନିର୍ବାଚନ। ଚଳିତ ଉପନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶ୍ରେୟ ନେବା ରାଜନୀତି ଆରମ୍ଭ ହୋଇଯାଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଭୁବନେଶ୍ବର ସହରରେ ଶତ ପ୍ରତିଶତ ଘରକୁ ପାଇପ୍ ସଂଯୋଗ ହୋଇଛି। ଏହି ଯୋଜନାରେ ସବୁ ପରିବାର ଏଣିକି ପାଇପ୍ ଜଳ ଯୋଗାଣ ସୁବିଧା ପାଇବେ। ଏଭଳି ହେବାରେ ଓଡ଼ିଶାର ରାଜଧାନୀ ଦେଶର ପ୍ରଥମ ସହର ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।
Under the #5T framework, CM @Naveen_Odisha will launch "Sujal"- Drink from Tap Mission initiative to provide quality drinking water to more than 1.5 million people in urban areas. Watch the programme live.
Twitter- @CMO_Odisha FB- CMO.Odisha YouTube- CMO Odisha pic.twitter.com/8tQKyj46Y1
— CMO Odisha (@CMO_Odisha) October 13, 2020
ପୁରୀ ସହର ଓ ଭୁବନେଶ୍ୱର ସାଲିଆ ସାହିରେ ଡିଙ୍ଗ ଫ୍ରମ୍ ଟ୍ୟାପ୍ ମିଶନର କାର୍ଯ୍ୟକାରୀ ହୋଇଛି। ମୋଟ ୧୨ଟି ସ୍ଥାନରେ ଏହା ଲୋକାର୍ପିତ ହୋଇଛି। ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ବିଶୁଦ୍ଧ ପାଣି ପାଇପାରିବେ। ଏହି ଯୋଜନା ଯୋଗୁଁ ପ୍ରାୟ ୨୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।
ହେଲେ ଏହି ଯୋଜନାର ଶୁଭାରମ୍ଭର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଅଟଳ ମିଶନ୍ ‘ଅମୃତ’ ଯୋଜନାରେ ଓଡ଼ିଶାର ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପାନୀୟ ଜଳ ଯୋଗାଣ, ସ୍ବରେଜ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣ-ମୋଟର ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା(ସାପ୍) ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଅଟଳ ମିଶନ ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହର ଗୁଡିକରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ @narendramodi ଜୀ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ @HardeepSPuri ଜୀଙ୍କୁ ଧନ୍ୟବାଦ ।
— Dharmendra Pradhan (@dpradhanbjp) October 13, 2020
ଏଥିସହିତ ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ୨୦୧୫-୨୦ ମଧ୍ୟରେ ୮୮୫.୫୮ କୋଟି ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧୀନରେ ଓଡିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫୨ଟି ପ୍ରକଳ୍ପ ସମାପ୍ତ ହୋଇଛି ଓ ଅବଶିଷ୍ଟ ୩୯ ପ୍ରକଳ୍ପର କାମ ଜାରି ରହିଛି। ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି । ଏହା ଓଡ଼ିଶାରେ ସହରାଞ୍ଚଳ ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
Comments are closed.