ଅମିତାଭଙ୍କ ଛକାରେ ଆଇସିସି ବେହାଲ
![](https://www.odishalink.com/wp-content/uploads/2019/07/amitav-bachan.jpg)
ନୂଆଦିଲ୍ଲୀ: ଆପଣମାନେ ତ ନିଶ୍ଚୟ ସ୍କୁଲ କଲେଜରେ ପାଠ ପଢିଥିବେ। ଆପଣଙ୍କୁ ପାଠ ପଢାଇଥିବା ସାର ମ୍ୟାଡାମଙ୍କୁ ତ କେବେ ହେଲେ ଭୁଲି ନଥିବେ। କାରଣ କଠିନରୁ କଠିନ ଫର୍ମୁଲା ଗୁଡ଼ିକୁ ଆପଣଙ୍କ ଶିକ୍ଷକ ମାନେ ଖୁବ୍ ସରଳ ଉଦାହରଣ ଦେଇ ବୁଝାଇଥାନ୍ତି। ଯାହକି ଆପଣ ସହଜରେ ବୁଝିବା ସହିତ ତାହା ସବୁବେଳେ ମନେ ରଖିଥାନ୍ତି। ତେବେ ଏଭଳି କଥା ଆମେ ଆପଣଙ୍କୁ କାହିଁକି କହୁଛୁ ଭାବୁଥିବେ। ତାହାଲେ ଜାଣନ୍ତୁ ଅସଲ କଥା।
ମୋହବତେଁର ପ୍ରଧାନ ଶିକ୍ଷକ ଏକ ସରଳ ଉଦାହରଣ ଦେଇ ବୁଝାଇଛନ୍ତି। ମାନେ ବଲିଉଡ୍ ଇଣ୍ଡ୍ରଷ୍ଟିର ବିଗ୍ ବି ଅମିତାଭ ବଚ୍ଚନ। ନିକଟରେ ବିଶ୍ବକପ୍ ସମାପ୍ତ ହୋଇଛି। ଫାଇନାଲ ମ୍ୟାଚରେ ପ୍ରଥମେ ଟାଇ ଏବଂ ସୁପର ଓଭରରେ ମଧ୍ୟ ମ୍ୟାଚ ଟାଇ ହୋଇଥିଲା। ଏଥିକିବେଳେ ଲାଗିଲା ଆଇସିସିର ନିୟମ। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସମାନ ସ୍ଥିତିରେ ଥିବା ସତ୍ତ୍ବେ ବିଶ୍ବକପ୍ ଟ୍ରଫି ହାତେଇଲା ଇଂଲଣ୍ଡ ଦଳ। ଆଇସିସିର ଏଭଳି ନିୟମକୁ ସମାଲୋଚନା କରିଛନ୍ତି ଅମିତାଭ। ଏଥି ସହିତ ସରଳ ଉଦାହରଣ ଦେଇ ଆଇସିସିକୁ ଭଲ ଭାବରେ ବୁଝାଇଛନ୍ତି ବିଗ୍ ବି।
T 3227 – आपके पास 2000 रूपये, मेरे पास भी 2000 रुपये,
आपके पास 2000 का एक नोट, मेरे पास 500 के 4 …
कौन ज्यादा अमीर???ICC – जिसके पास 500 के 4 नोट वो ज्यादा रईस.. #Iccrules😂😂🤣🤣
प्रणाम गुरुदेव
Ef~NS— Amitabh Bachchan (@SrBachchan) July 15, 2019
ଅମିତାଭଙ୍କ କହିବା ମାନେ କଣ
ବିଶ୍ବକପ୍ ଫାଇନାଲ ମ୍ୟାଚରେ ଉଭୟ ଦଳର ସ୍କୋର ବରାବର ଥିଲା। ଫଳରେ ଆଇସିସିର ନିୟମ ଅନୁସାରେ ବାଉଣ୍ଡ୍ରି ହିସବାରେ ଚୟନ କରାଗଲା ବିଶ୍ବ ବିଜେତା। ଏହାଫଳରେ ବିଶ୍ବକପ୍ ବାଜି ମାରିନେଲା ଇଂଲଣ୍ଡ ଦଳ କିନ୍ତୁ ୦ ରନରେ ହାରିଲା ନ୍ୟୁଜିଲାଣ୍ଡ ଦଳ। ଅମିତାଭ ତାଙ୍କ ଟୁଇଟରେ ଲେଖିବା ମୁତାବିକ କଥାଟି ହେଲା। ଯଦି ରନ୍ ବରାବର ଥିଲା ତେବେ ରନ୍ ଯେମିତି ହେଉ ସେଥିରେ କଣ ଫରକ ଅଛି ବୋଲି ଅମିତାଭ କହିଛନ୍ତି। ଏଥି ସହିତ ଆଇସିସିକୁ ଏକ ସରଳ ଉଦାହରଣ ଦେଇ କ୍ଳିନ୍ ବୋଲ୍ଡ କରିଛନ୍ତି ଅମିତାଭ। ଆପଣଙ୍କ ପାଖରେ ୨୦୦୦ ଟଙ୍କା। ମୋ ପାଖରେ ୨୦୦୦ ଟଙ୍କା। ମୋ ପାଖରେ ଗୋଟିଏ ଦୁଇ ହଜାରିଆ ନୋଟ। ଆପଣଙ୍କ ପାଖେ ୪ଟି ୫୦୦ ଟଙ୍କିଆ ନୋଟ। ତେବେ ଧନୀ କିଏ ? ଉତ୍ତର- ଆପଣ। ତେବେ ଅମିତାଭଙ୍କ କହିବା କଥାକି ଯାହା ପାଖରେ ଅଧିକ ଖୁଚୁରା ଅଛି ସେ ହିଁ ଧନୀ। ଏଭଳି କହି ଅମିତାଭ ଜଷ୍ଟ ଜୋକିଙ୍ଗ କହିବା ସହିତ ଆଇସିସିକୁ ପ୍ରଣାମ ଗୁରୁଦେବ ବୋଲି କହିଛନ୍ତି ବିଗ୍ ବି।
Comments are closed.