Odisha Link
Bridging the Missing Links in Odisha

କଏଦୀ ପେଟରୁ ବାହାରିଲା ସୁଇସାଇଡ ନୋଟ

ନାସିକ: ମହାରାଷ୍ଟ୍ରର ନାସିକ କେନ୍ଦ୍ର କାରାଗାରରେ ଜଣେ କଏଦୀର ପେଟରୁ ସୁଇସାଇଡ ନୋଟ ବାହାରିବା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ କିଛିଦିନ ତଳେ କଏଦୀ ଜଣକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ ନୋଟ ଲେଖିଥିଲେ। ଯାହା ତାଙ୍କ ପେଟରୁ ମିଳିଥିଲା। ଆତ୍ମହତ୍ୟା କରିଥିବା କଏଦୀଙ୍କ ନାମ ଅଲି ମନସୁରୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏକ ହତ୍ୟା ମାମଲାରେ ଦଣ୍ଡିତ ହୋଇ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ଅସଗର ଅଲି ମନସୁରୀ ଜେଲରେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ। ଏହି ନୋଟରେ ଅଲି ମନସୁରୀ ଜେଲ୍ କର୍ମଚାରୀ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଥିବା ଜଣାପଡ଼ିଛି।

କଏଦୀଙ୍କ ଆତ୍ମହତ୍ୟାକୁ ନେଇ ନାସିକ ରୋଡ ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୭ତାରିଖରେ ମନସୁରୀଙ୍କ ମୃତଦେହ ତାଙ୍କ ସେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହାପରେ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ସମୟରେ ତାଙ୍କ ପେଟରେ ପଲିଥିନରେ ଆବୃତ କିଛି ମିଳିଥିଲା। ଏହାକୁ ଖୋଲି ଦେଖିଲା ପରେ ସେଥିରେ ମନସୁରୀଙ୍କ ସୁଇସାଇଡ ନୋଟ୍ ଥିଲା।

କଏଦୀ ମନସୁରୀ ପଢ଼ି ଲେଖିପାରନ୍ତି ନାହିଁ, ତେଣୁ ତାଙ୍କୁ ନୋଟ୍ ଲେଖିବାରେ କେହି ସାହାଯ୍ୟ କରିଛି ବୋଲି ପୁଲିସ କହିଛି । ମାନସୁରୀଙ୍କ ମୃତ୍ୟୁ ପରେ ଅନ୍ୟ ଅନ୍ତେବାସୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖି କଏଦୀ ଚିଠିରେ ଯେଉଁ ଅଭିଯୋଗ ଛନ୍ତି ତାହାର ତଦନ୍ତ ପାଇଁ ଦାବି କରିଛନ୍ତି।

Comments are closed.