ଅନୁପ ସାଏଙ୍କୁ ମିଳିଲା ଜାମିନ

ଝାରସୁଗୁଡ଼ା: ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ହାଇକୋର୍ଟ ତାଙ୍କୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ୨ ମାସ ପାଇଁ ଜାମିନ ପ୍ରଦାନ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ୨୦୧୬ ମସିହାରେ ଏକ ହତ୍ୟା ମାମଲାରେ ରାୟଗଡ଼ ପୁଲିସ ଗତ ଫେବୃୟାରୀ ୧୩ ତାରିଖରେ ବ୍ରଜରାଜନଗରରୁ ତାଙ୍କୁ ଗିରଫ କରିଥିଲା। କୋର୍ଟ ଚାଲାଣ ପରେ ତାଙ୍କୁ ରାୟଗଡ଼ କାରଗାରକୁ ପଠାଇ ଦିଆଯାଇଥିଲା। ସେପ୍ଟେମ୍ବର ତୃତୀୟ ସପ୍ତାହରେ ଛାତିରେ ଯନ୍ତ୍ରଣା ହେବାରୁ ସେଠାକାର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେ କରୋନାମୁକ୍ତ ହୋଇଥିଲେ ମଧ୍ୟ ହୃଦରୋଗରେ ପୀଡ଼ିତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି। ଜାମିନ ଅବଧି ଶେଷ ହେବା ମାତ୍ରେ ନଭେମ୍ବର ୨୬ ତାରିଖ କୋର୍ଟରେ ହାଜର ହେବାକୁ ଶ୍ରୀ ସାଏଙ୍କୁ ନିଦେ୍ର୍ଧଶ ଦିଆଯାଇଥିବା ଜଣାଯାଇଛି।
Comments are closed.