ବୈଜୟନ୍ତ ପଣ୍ଡାଙ୍କ କୁଶପୁତଳିକା ଦାହ

ଭୁବନେଶ୍ବର: ଗତ ଦୁଇ ଦିନ ପୂର୍ବେ ଅର୍ଥାତ ୧୭ ଅକ୍ଟୋବର ଦିନ ବୈଜୟନ୍ତ ପଣ୍ଡା ଏକ ଟ୍ୱିଟ କରିଥିଲେ ଯେଉଁଥିରେ ସେ ପବିତ୍ର ଓଡିଶା ମାଟିକୁ ଚିରଶତ୍ରୁ ପାକିସ୍ତାନ ସହ ତୁଳନା କରିଥିଲେ ଯାହା ସାଢେ ୪ କୋଟି ଓଡ଼ିଆଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି ।
ଯାହାକୁ ଓଡ଼ିଶାବାସୀ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି।ବୈଜୟନ୍ତ ପଣ୍ଡାଙ୍କ ଏହି ଦେଶଦ୍ରୋହୀ ବୟାନ ରେ ସାରା ଓଡ଼ିଶାବାସୀ ମର୍ମାହତ ହୋଇଛନ୍ତି । ଓଡିଶା ମାଟିର ଖ୍ୟାତି କୁ ବଜାୟ ରଖିବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ମନକୁ ସାନ୍ତ୍ବନା ଦେବାର୍ଥେ ବୈଜୟନ୍ତ ଙ୍କ ଏହି ବୟାନକୁ ପ୍ରତିବାଦ କରି ଆଜି ଅପରାହ୍ନ ୫ଘଟିକା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ “Odisha Student and Youth Forum” ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ବିକ୍ଷୋଭରେ ବୈଜୟନ୍ତ ପଣ୍ଡାଙ୍କ କ୍ଷମା ପ୍ରାର୍ଥନା ଦାବି ସହ କୁଶପୁତଳିକା ମଧ୍ୟ ଦାହ କରାଯାଇଛି।ଶ୍ରୀ ପଣ୍ଡା ଓଡିଶାକୁ ପାକିସ୍ତାନ ସହ ତୁଳନା କରିଥିବାରୁ “Odisha Student and Youth Forum”ପକ୍ଷରୁ ଘୋର ନିନ୍ଦା କରାଯିବ ସହ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ହୋଇଛି।
ଏନେଇ ଆବାହକ ଅନିଶ୍ ରଥ ।ଏବଂ ସହ-ଆବାହକ ବିକାଶ କୁମାର ସାହୁଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଣ୍ଟିନ ଛକରେ ଶ୍ରୀ ପଣ୍ଡାଙ୍କ କୁସପତୁଳିକା ଦାହ କରାଯାଇଛି ।
ଏଥିରେ ଅନ୍ୟାନ୍ୟ ଛାତ୍ର ନେତା ରୁଦ୍ର ପଟ୍ଟନାୟକ, ଓ ଅରମାନ ପତି ,ରାକେଶ ବେହେରା, ବିଶ୍ଵଜିତ ମହାନ୍ତି,କ୍ଷୀତିସ ସା,ଶ୍ରୀରାମ ଗଡ଼ ନାୟକ, ରାକେଶ କୁମାର ସାହୁ,ଦୀପକ ନାୟକ,ହରି ପ୍ରସାଦ, ସଂଗ୍ରାମ ରଥ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.