ପ୍ଲାଜମା ଥେରାପି ଓ ରେମଡେସିିଭିର୍କୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀକରଣ ରଖିଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର: ପ୍ଲାଜମା ଥେରାପି ଓ ରେମଡେସିିଭିର୍କୁ ନେଇ ଦ୍ବନ୍ଦ। ପ୍ଲାଜମା ଥେରାପି ଓ ରେମଡେସିିଭିର୍ କାମ କରୁନଥିବା ପ୍ରସଙ୍ଗରେ ଆଜି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି। ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଏନେଇ ଆଇସିଏମଆର ଆମକୁ ଲିଖିତ ଭାବେ କିଛି ଜଣାଇ ନାହିଁ। ଆଇସିଏମଆର କିଛି ଲିଖିତ ଜଣାଇ ନଥିବାରୁ ଏନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ।
ସୂଚନାଯୋଗ୍ୟ, ଉଭୟ ପ୍ଲାଜମା ଥେରାପି ଓ ରେମଡେସିିଭିର୍ କାମ ଦେଉନଥିବା ଚର୍ଚ୍ଚା ହେଉଥିଲା। ଏଥିସହ ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ପ୍ରଭାବୀ ହୋଇପାରୁନି ପ୍ଲାଜମା ଥେରାପି। ତେଣୁ ଏହି ଚିକିତ୍ସା ଜାତୀୟ କରୋନା ପ୍ରୋଟୋକଲରୁ ହଟାଇ ଦେବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମଆର ବିଚାର କରୁଥିବା ସୂଚନା ଦେଇଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ଡା.ବଳରାମ ଭାର୍ଗବ।
Comments are closed.