Odisha Link
Bridging the Missing Links in Odisha

ରାଜ୍ୟରେ ୨୧୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରୁ ଆଜି ୨୪ ଘଣ୍ଟାରେ ୨୧୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୨୫୭୦୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି। ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ଜରିଆରେ ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ୨୧୨୮ଜଣ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ ୨୧୦ଜଣ, ଅନୁଗୁଳରୁ ୧୪୯ଜଣ, କଟକରୁ ୧୪୦ଜଣ, ସୁନ୍ଦରଗଡ଼ରୁ ୧୧୪ଜଣ, ବାଲେଶ୍ୱରରୁ ୧୦୪ଜଣ, ମୟୁରଭଞ୍ଜରୁ ୧୦୦ଜଣ, ନବରଙ୍ଗପୁରରୁ ୧୦୦ଜଣ, ନୂଆପଡ଼ାରୁ ୯୯ଜଣ, ଯାଜପୁରରୁ ୮୬ଜଣ, ପୁରୀରୁ ୮୦ଜଣ, କେନ୍ଦ୍ରାପଡ଼ାରୁ ୭୨ଜଣ, କଳାହାଣ୍ଡିରୁ ୬୮ଜଣ, ଜଗତସିଂହପୁରରୁ ୬୪ଜଣ, ମାଲକାନଗିରିରୁ ୬୩ଜଣ, ଝାରସୁଗୁଡ଼ାରୁ ୬୧ଜଣ, ବରଗଡ଼ରୁ ୬୦ଜଣ, ବଲାଙ୍ଗୀରରୁ ୬୦ଜଣ, ସମ୍ବଲପୁରରୁ ୫୭ଜଣ, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯ଜଣ, ସୋନପୁରରୁ ୪୦ଜଣ, ନୟାଗଡ଼ରୁ ୩୯ଜଣ, ବୌଦ୍ଧରୁ ୩୧ଜଣ, କୋରାପୁଟରୁ ୩୧, କନ୍ଧମାଳରୁ ୩୦, ଢେଙ୍କାନାଳରୁ ୨୪, ଦେଓଗଡ଼ରୁ ୧୭ଜଣ, ଗଞ୍ଜାମରୁ ୧୬ଜଣ, ରାୟଗଡ଼ାରୁ ୧୧ଜଣ ଏବଂ ଗଜପତିରୁ ୯ଜଣ ସୁସ୍ଥ ହୋଇଛନ୍ତି। ଏହା ସହ ଷ୍ଟେଟପୁଲରୁ ଆଜି ୯୩ଜଣକରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.