କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ସଂକ୍ରମିତ

ଭୁବନେଶ୍ବର: ଦୀର୍ଘ ୭ ମାସ ପରେ ରାଜ୍ୟରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮୬ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୭୦୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୧୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮୩, ବାଲେଶ୍ୱରରୁ ୧୨୮, ବରଗଡରୁ ୫୬, ଭଦ୍ରକରୁ ୩୫, ବଲାଙ୍ଗିରରୁ ୬୫, ବୋଦ୍ଧରୁ ୧୧, କଟକରୁ ୧୦୩, ଦେବଗଡରୁ ୧୧, ଢେଙ୍କାନାଳରୁ ୨୩, ଗଜପତିରୁ ୭, ଗଂଜାମରୁ ୪୫, ଜଗତସିଂହପୁରରୁ ୭୭, ଯାଜପୁରରୁ ୫୭, ଝାରସୁଗୁଡାରୁ ୪୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୪୨, କେନ୍ଦୁଝରରୁ ୭୩, ଖୋର୍ଦ୍ଧାରୁ ୧୮୩ କୋରାପୁଟରୁ ୪୫, ମାଲକାନଗିରିରୁ ୩୭, ମୟୂରଭଂଜରୁ ୪୫, ନବରଙ୍ଗପୁରରୁ ୫୧, ନୟାଗଡରୁ ୩୨, ନୂଆପଡାରୁ ୯୨, ପୁରୀରୁ ୫୧, ରାୟଗଡାରୁ ୧୭, ସମ୍ବଲପୁରରୁ ୪୨, ସୋନପୁରରୁ ୨୪ ଏବଂ ସୁନ୍ଦରଗଡରୁ ୧୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୩୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
Comments are closed.