ସଇତାନ୍ ବାପା: ୪ବର୍ଷର ଝିଅକୁ ହତ୍ୟା କରି ଅଟୋରେ ବୁଲିଲା ବାପା,ତାପରେ…
![](https://www.odishalink.com/wp-content/uploads/2020/10/Capture-1.jpg)
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଅଭାବନୀୟ ଘଟଣା। ବାପା ସାଜିଲା ସଇତାନ୍। ନିଜ ଝିଅକୁ ତଣ୍ଟି ଚିପି ଚତ୍ୟା କରିଛି। ଗାଜିଆବାଦ ଖୋଡାରେ ରହୁଥିବା ଜଣେ ଅଟୋଚାଳକ ତା’ ଚାରି ବର୍ଷ ଝିଅକୁ ହତ୍ୟା କରିଛି। ଏହା ସହ ଝିଅର ମୃତ ଦେହକୁ ଧରି ଅଟୋରେ ବୁଲିଛି। ଘଟଣା ବାବଦରେ ଅଭିଯୁକ୍ତର ଭାଇ ନୋଏଡା ପୁଲିସ୍କୁ ସୂଚନା ଦେଇଥିଲା। ଯାହା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବିକ, ପୁଲିସ୍ ପଚରାଉଚରାରେ ଅଭିଯୁକ୍ତ କହିଛି ୨୦ ଦିନ ତଳେ ତାସ୍ତ୍ରୀ ତିନିବର୍ଷ ପୁଅକୁ ଧରି ଘର ଛାଡି ଚାଲିଯାଇଛି। ଗୁରୁବାର ଦିପହରରେ ତାଙ୍କ ଝିଅ କ୍ରମାଗତ ଭାଇ ଓ ମା’ଙ୍କୁ ମନେ ପକାଇ କାନ୍ଦିଲା। ଝିଅକୁ ଚୁପ୍ କରିବାକୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଚୁପ୍ ହୋଇ ନ ଥିଲା। ସେଇଠୁ ସେ ରାଗରେ ତା’ ତଣ୍ଟି ଚାପି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ବାପା। ତା’ପରେ ଝିଅର ମୃତଦେହକୁ ଅଟୋରେ ୬ ଘଣ୍ଟା ଧରି ସ୍ତ୍ରୀକୁ ଖୋଜୁଥିବା କହିଛି। ପୁଲିସ୍ ଏବେ ପିଲାଟିର ମୃତହେକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଛି।
ସୁଲତାନପୁର ନିବାସୀ ବାସୁଦେବ ଗୁପ୍ତା ନେହରୁ ଗାର୍ଡେନ କଲୋନିର ରହେ। ଏହା ସହ ମାଲବାହୀ ଅଟୋ ଚଳାଏ। ଅଭିଯୁକ୍ତର ପତ୍ନୀ ଏକ ସ୍ପା ସେଣ୍ଟରରେ କାମ କରୁଥିଲା। ୨୦ ଦିନ ତଳେ ଅଭିଯୁକ୍ତ ସ୍ତ୍ରୀ ତିନିବର୍ଷ ପୁଅକୁ ଧରି କେଉଁଆଡେ ହଠାତ ଚାଲିଯାଇଛି।
Comments are closed.