Odisha Link
Bridging the Missing Links in Odisha

ବାୟୁସେନାରେ ପ୍ରଥମ ମହିଳା ଓ୍ବିଗ୍ କମାଣ୍ଡର ବର୍ଣ୍ଣାଳୀ

ନୂଆଦିଲ୍ଲୀ: ମହିଳା ଅଧିକାରୀଙ୍କୁ ସେନାରେ ଦିନକୁ ଦିନ ନୂଆ ସୁଯୋଗ ଦିଆଯାଉଛି। ଏବେ ଏଥିରେ ଯୋଡ଼ି ହୋଇଛନ୍ତି ବର୍ଣ୍ଣାଳୀ ଗୋଗଇ। ଆସାମର ଭାରତୀୟ ବାୟୁସେନାରେ ବର୍ଣ୍ଣାଳୀ ଗୋଗାଇ ନୂଆ ଇତିହାସ ରଚିଛନ୍ତି। ଅର୍ଥାତ ବଣ୍ଣାଳୀ ଗୋଗଇ ଆସାମର ପ୍ରଥମ ଭାରତୀୟ ବାୟୁସେନାର ମହିଳା ଓ୍ବିଗ୍ କମାଣ୍ଡର ହୋଇଛନ୍ତି। ଆସାମର ଲକ୍ଷ୍ମୀପୁରରେ ରହନ୍ତି।

୧୯୯୬ ମେ ୨୭ରେ ତାଙ୍କୁ ଆଇଏଏଫରେ କମିଶନ ମିଳିଥିଲା। ଏହା ପରେ ଫ୍ଲାଇଙ୍ଗ ଅଫିସର ଓ ଫ୍ଲାଇଙ୍ଗ ଲେଫ୍ଟନାଣ୍ଟ ପଦରେ ତାଙ୍କୁ ପ୍ରମୋଟ କରାଯାଇଥିଲା। ଏବେ କିଛି ଦିନ ତଳେ ତାଙ୍କୁ ଓ୍ବିଙ୍ଗ କମାଣ୍ଡର ଭାବେ ପ୍ରମୋସନ ମିଳିଛି।

ପ୍ରକାଶ ଯେ, ଆଥଲିଟ୍ ହିମା ଦାସ, ବକ୍ସର ଜମୁନା ବେରୋ, ଅଞ୍ଜନ ସକିୟା, ଫିଲ୍ମମେକର ରିମା ଦାସ, ଫୋକ୍ ସିଙ୍ଗର ପ୍ରତିମା ପାଣ୍ଡେ, ପଦ୍ମଶ୍ରୀ ନଳିନୀ ଦେବୀଙ୍କ ତାଲିକାରେ ଏବେ ଗୋଗଇଙ୍କ ନାଁ ସାମିଲ ହୋଇଛି।

Comments are closed.