Odisha Link
Bridging the Missing Links in Odisha

କାର୍ତ୍ତିକରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ

ପୁରୀ: ମହାମାରୀ କରୋନା କାରଣରୁ ଦୀର୍ଘ ସାତ ମାସ ହେବ ଭକ୍ତ ଭଗବାନଙ୍କୁ ଦର୍ଶନ କରିପାରୁନାହାନ୍ତି। କିନ୍ତୁ ଏହି ଧର୍ମ ମାସ କାର୍ତ୍ତିକରେ ଶ୍ରୀଜିଉଙ୍କ ମହାପ୍ରସାଦ ପାଇବେ ସମସ୍ତ ଶ୍ରଦ୍ଧାଳୁ। କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରଠାରେ ଟୋକନ ମାଧ୍ୟମରେ ମହାପ୍ରସାଦ ନେବାକୁ ବ୍ୟବସ୍ଥା କରାଯାଇଛି।ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାପ୍ରସାଦ ପାଇଁ ଦୁଇଟି ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି।

ସୁଆର ଓ ମହାସୁଆର ନିଯୋଗ ପ୍ରତିନିଧିଙ୍କ ଜରିଆରେ ମହାପ୍ରସାଦ ଯୋଗାଇ ଦିଆଯିବ। କେବଳ ସେତିକି ନୁହେଁ କିଭଳି ଅଧିକ ସୁବିଧାରେ ମହାପ୍ରସାଦ ମିଳିପାରିବ ସେନେଇ ମଧ୍ୟ ନଜର ରହିଛି। ତେଣୁ ଆଗାମୀ ଦିନରେ ଏଥିପାଇଁ ଟୋଲ ଫ୍ରି ନମ୍ବର ବି ଜାରି କରିବାକୁ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ।

ସେହିପରି ଗତକାଲି ଶ୍ରୀକ୍ଷେତ୍ର ପୁରୀକୁ ହବିଷ୍ୟାଳୀ ବ୍ରତ କରିବା ପାଇଁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କୋଭିଡ ସମୟରେ ବ୍ରତ ନେଇ ଜନଗହଳି ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି। ଏହାସହ ବୟସାଧିକ ବୃଦ୍ଧା ଏହି ବ୍ରତ ପାଳନ କରୁଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଘରେ ରହି ବ୍ରତ ପାଳିବାକୁ ପ୍ରଶାସନ ପରାମର୍ଶ ଦେଇଛି।

Comments are closed.