ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ୟୁଜି ଓ ପିଜି ରେଜେଲ୍ଟ

ଭୁବନେଶ୍ବର: ଚଳିତ ବର୍ଷ ରମାଦେବୀ ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁଜିରେ ମୋଟ ପାସ୍ହାର ୯୨.୬୬% ହୋଇଥିବାବେଳେ ପିଜିରେ ପାସ୍ହାର ୮୯.୪୬% ରହିଛି ଏବଂ ବିଏଡ୍ରେ ପାସ୍ହାର ୧୦୦% ହୋଇଛି ।
ୟୁଜି ଓ ପିଜି ଫାଇନାଲ୍ ସେମିଷ୍ଟାର ଏବଂ ବିଏଡ୍ ପରୀକ୍ଷାଫଳ ସେମାନଙ୍କ ପରୀକ୍ଷାଫଳ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍ରେ ଉପଲବ୍ଧ। ଛାତ୍ରୀମାନେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍ରୁ ପରୀକ୍ଷାଫଳ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି।
Comments are closed.