ଭାଙ୍ଗିଲା ୩୦ ବର୍ଷର ରେକର୍ଡ, ପ୍ରଥମ ଓ୍ବିକେଟ ପାର୍ଟନରଶିପ୍ରେ କଲେ ୪୮୬ ରନ

ସିଡନୀ: ଭାଙ୍ଗିଲା ୩୦ ବର୍ଷର ରେକର୍ଡ। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସୃଷ୍ଟି ହୋଇଛି ନୂଆ ରେକର୍ଡ। ସାଉଥ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପ୍ନର ୱିଲ୍ ପୁକୋଭସ୍କି ଓ ମାର୍କସ୍ ହାରିସ୍ ରେକର୍ଡ ଭାଗିଦାରୀ କରିଛନ୍ତି। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୪୮୬ ରନର ପାର୍ଟନରଶିପ୍ କରି ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି।
୧୯୯୦ରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଷ୍ଟିଭ୍ ୱ’କ୍ ଓ ମାର୍କ ୱ’ ୪୬୪ ରନର ରେକର୍ଡ ପାର୍ଟନରଶିପ୍ କରିଥିଲେ। ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା ୱ’ ବ୍ରଦର୍ସ ନ୍ୟୁ ସାଉଥ୍ ୱେଲ୍ସ ବିପକ୍ଷ ମ୍ୟାଚରେ ପଞ୍ଚମ ୱିକେଟ୍ ପାଇଁ ଏହି ରେକର୍ଡ ଭାଗିଦାରୀ କରିଥିଲେ। ଯାହାକୁ ଆଜି ସଫଳତାର ସହ ଭାଙ୍ଗିଛନ୍ତି ପୁକୋଭସ୍କି ଓ ହାରିସ୍। ଏହା ମଧ୍ୟ ଶେଫିଲ୍ଡ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ରେକର୍ଡ।
ଶେଫିଲ୍ଡ ଶିଲ୍ଡରେ ଦୁଇ ଭିକ୍ଟୋରିଆ ବ୍ୟାଟ୍ସମ୍ୟାନ୍ ଦ୍ୱିଶତକ ହାସଲ କରିଛନ୍ତି। ପୁକୋଭସ୍କି ୩୮୬ ବଲରେ ୨୫୫ ରନ୍ କରି ଅପରାଜିତ ଥିଲେ, ଯେଉଁଥିରେ ୨୭ ଚୌକା ଓ ୧ ଛକା ସାମିଲ୍ ଥିଲା। ସେହିପରି ହାରିସ୍ ୩୯୯ ବଲରେ ୨୭ ଚୌକା ଓ ୧ ଛକା ସହ ୨୩୯ ରନ୍ କରି ଆଉଟ୍ ହୋଇଥିଲେ।
Comments are closed.