ଭାରତର ଭୁଲ ମାନଚିତ୍ର ଦେଖାଇ ଅଡ଼ୁଆରେ ଟ୍ରମ୍ପ୍
ନୂଆଦିଲ୍ଲୀ: ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। କିଏ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବ ସେ ଉପରେ ସମସ୍ତଙ୍କ ଦଜର। ହେଲେ ଏସବୁ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ତାଙ୍କୁ ସମର୍ଥନ ଜଣାଇ ନିର୍ବାଚନେ ଟ୍ରମ୍ପଙ୍କ ପ୍ରତି ଥିବା ସମର୍ଥନକୁ ନେଇ ଟୁଇଟରରେ ବିଶ୍ବର ଏକ ନକ୍ସା ପୋଷ୍ଟ କରିଛନ୍ତି। ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏଥିରେ ସେ ରାଷ୍ଟ୍ରପତି ଡୋନାଲ୍ଡଙ୍କ ସମର୍ଥନରେ ତାଙ୍କ ପ୍ରତିଦ୍ବନ୍ଦୀ ଜୋ ବିଡେନ୍ ଙ୍କ ସମର୍ଥକ ଦେଶକୁ ଲାଲ ଓ ନୀଳ ରଙ୍ଗରେ ଦର୍ଶାଇଛନ୍ତି। ଭାରତର ଭୁଲ ନକ୍ସା ଦେଖାଇ ଏଥିରେ ପୂର୍ବତର ରାଜ୍ୟ କାଶ୍ମୀରକୁ ଭିନ୍ନ ଭାବରେ ଦର୍ଶାଇଛନ୍ତି ସେ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ ବିଶ୍ବର ନକ୍ସା ସହ ଏକ ଟ୍ବିଟ୍ କରି ଜୁନିଅର ଟ୍ରମ୍ପ୍ କହିଥିଲେ ଯେ, ସେ ନକ୍ସା ଜରିଆରେ ନିର୍ବାଚନକୁ ନେଇ ନିଜର ଅନୁମାନ ଦର୍ଶାଉଛଛି। ସେ କହିଛନ୍ତି ଯେ, କିଛି ଦେଶକୁ ଛାଡି ସାରା ବିଶ୍ବ ତାଙ୍କ ବାପା ଡୋନାଲ୍ଡ ଟ୍ରମ୍ପ୍ ତଥା ରିପବ୍ଲିକାନ୍ ପାର୍ଟିକୁ ସମର୍ଥନ କରୁଛନ୍ତି।
Okay, finally got around to making my electoral map prediction. #2020Election #VOTE pic.twitter.com/STmDSuQTMb
— Donald Trump Jr. (@DonaldJTrumpJr) November 3, 2020
ନକ୍ସାରେ କାଲିଫର୍ଣ୍ଣିଆ, ଭାରତ, ମେକ୍ସିକୋ, ଲାଇବେରିଆ, କ୍ୟୁବା, ଚୀନ୍ କୁ ନୀଳ ରଙ୍ଗରେ ଦର୍ଶାଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ଏଠାରେ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରାଯାଉଛି। ଭାରତରୁ ନୀଳ ରଙ୍ଗରେ ଦର୍ଶାଯାଇଥିବା ବେଳେ ପୂର୍ବତର ରାଜ୍ୟ କାଶ୍ମୀରକୁ ଲାଲ୍ ରଙ୍ଗରେ ଦର୍ଶାଯାଇଛି। ନକ୍ସାରେ ଭାରତର ସୀମାକୁ ମଧ୍ୟ ଭୁଲ ଭାବେ ଚିତ୍ରଣ କରାଯାଇଛି। ପୂର୍ବତର ରାଜ୍ୟ କାଶ୍ମୀରକୁ ଭାରତର ରଙ୍ଗଠାରୁ ଭିନ୍ନ ଦର୍ଶାଇବା ପାଇଁ ଜୁନିଅର ଟ୍ରମ୍ପଙ୍କୁ ଟ୍ବିଟରରେ କଡା ସମାଲୋଚନା କରାଯାଇଛି।
Comments are closed.