ଅଯୋଧ୍ୟା ଜମି ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ରେ

ନୂଆଦିଲ୍ଲୀ: ଅଗଷ୍ଟ ୨ରେ ଅଯୋଧ୍ୟା ଜମି ବିଦାବର ମାମଲା ହେବ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲା ପାଇଁ ଗଠିତ ହୋଇଥିବା ତିନି ସଦସ୍ୟ ବିଶିଷ୍ଟ ପାନେଲ୍ କମିଟି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ଆଜି ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱୀଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ମଧ୍ୟସ୍ଥି କମିଟି ଜୁଲାଇ ୩୧ ସୁଦ୍ଧା ସମସ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।
ଯଦି ମଧ୍ୟସ୍ଥି କମିଟିର ରିପୋର୍ଟ ସନ୍ତୋଷଜନକ ନହେବ ତାହାଲେ ସୁପ୍ରିମକୋର୍ଟ ଏହି ମାମଲାରେ ପ୍ରତିଦିନ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ସୁପ୍ରିମକୋର୍ଟ ଜୁଲାଇ ୨୫ରୁ ପ୍ରତିଦିନ ଶୁଣାଣି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ସେ ଏହାକୁ ବଢ଼ାଇ ଅଗଷ୍ଟ ୨ ତାରିଖ କରିଛନ୍ତି ଏବଂ ମଧ୍ୟସ୍ଥି କମିଟି ଜୁଲାଇ ୩୧ ତାରିଖ ଯାଏ ଏହି ମାମଲା ବାବଦରେ ହିନ୍ଦୁ ଏବଂ ମୁସଲିମ ପକ୍ଷଙ୍କ ସହିତ ଆଲୋଚନା କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Comments are closed.