ରାଜ୍ୟରେ ବଢୁଛି ଶୀତ, ଦାରିଙ୍ଗବାଡିରେ ତାପମାତ୍ରା ୧୦ଡିଗ୍ରୀ ତଳେ
![](https://www.odishalink.com/wp-content/uploads/2020/01/winterfire.jpg)
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଢିବ ଶୀତ ପ୍ରକୋପ। ସାରା ରାଜ୍ୟରେ ୨ ଦିନ ଭିତରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଭୁବନେଶ୍ବରର ତାପମାତ୍ରା ୧୭ଡିଗ୍ରୀକୁ ଖସିପାରେ। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀକୁ ଖସି ଆସିଥିବା ବେଳେ ପାରଦ ଆହୁରି ଖସିପାରେ ବୋଲି ଆକଳନ କରାଯାଉଛି।
ରାଜ୍ୟରେ ସନ୍ଧ୍ୟାରୁ ହାଲୁକା ଶୀତ ସହ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି। ୨ ଦିନ ଭିତରେ ଉପକୂଳ ଓଡ଼ିଶାରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ। ଆଭ୍ୟନ୍ତରୀଣ ଅଞ୍ଚଳରେ ୧-୨ ଡିଗ୍ରୀ ଖସିପାରେ ରାତି ତାପମାତ୍ରା। ୧୭ ଡିଗ୍ରୀକୁ ଖସିପାରେ ରାଜଧାନୀରେ ରାତି ତାପମାତ୍ରା। ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ କମ ରହିଛି ସର୍ବନିମ୍ନ ତାପମାତ୍ରା।
୧୧ଟି ସହରର ପାରଦ ୧୫ଡିଗ୍ରୀ ତଳେ ରହିଛି। ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀକୁ ଖସି ଆସିଛି। ଅନୁଗୁଳରେ ୧୧.୦ , କୋରାପୁଟରେ ୧୧.୬, ଭବାନୀପାଟଣାରେ ୧୨.୨, ଝାରସୁଗୁଡାରେ ୧୩.୦, କେନ୍ଦୁଝରରେ ୧୩.୮, ବାରିପଦାରେ ୧୪.୨, ବଲାଙ୍ଗୀରରେ ୧୪.୬, ସମ୍ବଲପୁରରେ ୧୪.୭ , କଟକରେ ୧୬.୮ ଏବଂ ଭୁବନେଶ୍ବରରେ ୧୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
୧୧ ତାରିଖ ବେଳକୁ ତାପମାତ୍ରା ସାମାନ୍ୟ ବଢିବା ସହ ଶୀତ ପ୍ରକୋପ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ଉକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ଦୀପାବଳି ବେଳକୁ ଶୀତ କମି ଯାଇଥିବ। ଏହା ପରେ ଉତ୍ତର ଭାରତ ପଟୁ ଆସୁଥିବା ଶୀତ ଲହର ପ୍ରକୋପ ଅନୁଭବ କରିବାକୁ ଆଉ ଏକ ସପ୍ତାହ ଲାଗିବ।
Comments are closed.