ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଆରମ୍ଭ
କୋଣାର୍କ: ଚଳିତ ବର୍ଷ ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ଉତ୍ସବ। ଡେସେମ୍ବର ୧ ରୁ ଡେସେମ୍ବର ୫ ପର୍ଯ୍ୟନ୍ତ ଚାଲିବ କୋଣାର୍କ ଉତ୍ସବ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ଉତ୍ସବର ଆୟୋଜନ କରାଯାଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଏହି କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ।
ଉତ୍ସବରେ ମୁକ୍ତାକାଶ ରଙ୍ଗମଞ୍ଚ ଥିବା ଦର୍ଶକ ଗ୍ୟାଲେରିରେ ତିନି ଫୁଟ ବ୍ୟବଧାନରେ ଦର୍ଶକମାନେ ବସିବା ପାଇଁ ବ୍ୟବସ୍ଥା କରାଯିବ।ଗ୍ୟାଲେରିରେ ଯେତିକି ଲୋକ ବସିବା କଥା ତାହାର ଏକ ତୃତୀୟାଂଶ ଦର୍ଶକଙ୍କୁ ଉତ୍ସବ ଦେଖିବା ଲାଗି ପ୍ରବେଶ ଅନୁମତି ଦିଆଯିବ।
୧୯୮୯ ମସିହାରୁ ଅନୁଷ୍ଠିତ ହୋଇଆସୁଛି ଅନ୍ତର୍ଜାତୀୟ କୋଣାର୍କ ଉତ୍ସବ। ଚଳିତ ବର୍ଷ ଉତ୍ସବ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ପ୍ୟାକେଟ ଟୁରର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ହେଲିପ୍ୟାଡ଼ରେ ହେଉଥିବା ମିନାବଜାର,ପାଲ୍ଲୀଶ୍ରୀ ମେଳା ଓ ଅପେରା ଆୟୋଜନ ସମ୍ପର୍କରେ ପ୍ରଶାସନ କରୋନା ସ୍ଥିତିକୁ ଦେଖି ନିଷ୍ପତି ନେବେ ବୋଲି ସୂଚନା ମିଳିଛି।
କୋଣାର୍କ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ରାଜ୍ୟ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କୋଣାର୍କ ପର୍ଯ୍ୟଟକ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.