ମହିଳାଙ୍କ ବେକରୁ ଚେନ ଝାମ୍ପି ନେଲା ଲୁଟେରା
![](https://www.odishalink.com/wp-content/uploads/2020/02/loot-1.jpg)
ଭୁବନେଶ୍ୱର: ବାଇକରେ ଗଲା ସମୟରେ ବେକରୁ ସୁନା ଚେନ ଲୁଟି ନେଲେ ଲୁଟେରା । ଘଟଣାଟି ରାଜଧାନୀ ଭୁବନେଶ୍ବରରେ ଘଟିଛି। ତେବେ ଦିନକୁ ଦିନ ଲୁଟେରାଙ୍କ ଗୁଣ୍ଡାରାଜ ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି। ସନ୍ଧ୍ୟା ସମୟରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଏଭଳି ଛିନତାଇ ଘଟଣା କମିଶନରେଟ୍ ପୁଲିସ୍ ପ୍ରତି ଚ୍ୟାଲେଞ୍ଜ୍ ହୋଇଛି ।
ସୂଚନା ଅନୁଯାୟୀ, ପୋଷ୍ଟାଲ କଲୋନୀର ସୀତାରାମ ଭୂୟାଁ ପତ୍ନୀଙ୍କ ସହ ଦୁଇ ନମ୍ବର ମାର୍କେଟରୁ ଫେରୁଥିଲେ। ସେମାନେ ସ୍କୁଟିରେ ଆସୁଥିବା ବେଳେ ଲୁଟେରା ବାଇକ୍ରେ ସେମାନଙ୍କ ପିଛା କରିଥିଲା।
ଏହାପରେ ସୁଯୋଗ ଦେଖି ସୀତାରାମଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଏହାପରେ ଲୁଟେରାଙ୍କ ପିଛା କରିଥିଲେ ମଧ୍ୟ ସେମାନେ ଫେରାର ହୋଇଯାଇଥିବା ସୀତାରାମ ।
Comments are closed.