ଓଡ଼ିଶାକୁ କେନ୍ଦ୍ରର ‘ଅମ୍ପନ’ ସହାୟତା
ନୂଆଦିଲ୍ଲୀ: ବାତ୍ୟା ଓ ଭସ୍ଖଳନ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସମେତ ୬ଟି ରାଜ୍ୟକୁ ସହାୟତା ରାଶି ଘୋଷଣା କରାଯାଇଛି। ୬ ରାଜ୍ୟକୁ ୪୩୮୧.୮୮ କୋଟିର ଅତିରିକ୍ତ ସହାୟତା ରାଶି ଘୋଷଣା କରାଯାଇଛି। ତେବେ ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମକୁ ବାତ୍ୟା ‘ଅମ୍ପାନ’, ନିସର୍ଗ ସହ ବନ୍ୟା ଓ ଭସ୍ଖଳନ ପାଇଁ ସହାୟତା ରାଶି ଘୋଷଣା ହୋଇଛି।
ଓଡ଼ିଶାକୁ ବାତ୍ୟା ‘ଅମ୍ପନ’ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶାକୁ ୧୨୮.୨୩ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ କରିଛି। ପଶ୍ଚିମବଙ୍ଗକୁ ସର୍ବାଧିକ ୨୭୦୭.୭୭ କୋଟିର ସହାୟତା ସହାୟତା ରାଶି ଘୋଷଣା କରାଯାଇଛି।
Comments are closed.