Odisha Link
Bridging the Missing Links in Odisha

ପରାଜୟ ସ୍ୱୀକାର କଲେ ଟ୍ରମ୍ପ, କହିଲେ…

ୱାଶିଂଟନ: ନିଜ ପରାଜୟକୁ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳ ଆସିବା ପରେ ପ୍ରଥମ ଥର ପାଇଁ ନିଜ ପରାଜୟକୁ ସ୍ୱୀକାର କରିଛନ୍ତି ଟ୍ରମ୍ପ। ଏନେଇ ଟ୍ରମ୍ପ୍ ଟୁଇଟ କରି ଲେଖିଛନ୍ତି, ଜୋ-ବାଇଡେନ ବିଜୟ ହୋଇଛନ୍ତି, କାରଣ ନିର୍ବାଚନରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଛି। ଭୋଟ ଗଣତି ସମୟରେ କୌଣସି ପର୍ଯ୍ୟବେକ୍ଷକଙ୍କୁ ଛଡାଗଲା ନାହିଁ।

ଅନ୍ୟପଟେ ଟ୍ରମ୍ପଙ୍କ ସମର୍ଥକ ୱାଶିଂଟନ-ଡିସିରେ ଶହ ଶହ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ନିର୍ବାଚନ ଫଳାଫଳକୁ ବିରୋଧ କରିଛନ୍ତି। ମିଲିୟନ ମାଗା ମାର୍ଚ୍ଚରେ ଯୋଗ ଦେବାକୁ ଆସିଥିବା ଶହ-ଶହ ଟ୍ରମ୍ପ ସମର୍ଥକ ରାଜଧାନୀକୁ ଆସି ସୁପ୍ରିମକୋର୍ଟ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ସେହି ସମୟରେ ଟ୍ରମ୍ପଙ୍କ ସମର୍ଥକଙ୍କୁ ବିରୋଧ କରିଥିଲେ ବାଇଡେନଙ୍କ ସମର୍ଥକ। ସମର୍ଥକଙ୍କ ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୨୦ ଜଣଙ୍କୁ ଗିରଫ କରାଯାଇଛି।