ବିଧାନସଭା ଶୀତ ଅଧିବେଶନ ପାଇଁ ଆଜିଠୁ କୋଭିଡ୍ ଟେଷ୍ଟ୍
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ। ମୌସୁମୀ ଅଧିବେଶନ ପରି ଚଳିତ ଶୀତ ଅଧିବେଶନ ପୂର୍ବରୁ ମଧ୍ୟ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀ, ସାମ୍ବାଦିକଙ୍କର କୋଡିଭ୍ ଟେଷ୍ଟ ହେବ।
ଆଜିଠୁ ଆସନ୍ତା ୩ ଦିନ ଯାଏଁ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। ଏଥିସହ ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହୋଇଛି। କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ବିଧାନସଭା ଯିବାକୁ ଅନୁମତି ମିଳିବ।
ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯିବା ସହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସମସ୍ତଙ୍କର କୋଡିଭ୍ ଟେଷ୍ଟ କରାଯିବ। ଏହାସହ ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନି୍ସଂରେ ଭାଗ ନେଇପାରିବେ।
Comments are closed.