ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍ ନିଯୁକ୍ତ କଲେ ନିର୍ବାଚନ ଅଧିକାରୀ

ଚଣ୍ଡିଗଡ଼: ଅଭିନେତା ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍ ଭାବେ ନିଯୁକ୍ତ କରିଛନ୍ତି ପଞ୍ଜାବ ନିର୍ବାଚନ ଆୟୋଗ। ଏନେଇ ଜାରି ଏକ ଆଧିକାରିକ ବୟାନରେ ସୂଚନା ଦିଆଯାଇଛି। ବୟାନରେ ପଞ୍ଜାବର ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଇଥିଲେ ଯାହାକୁ ମଞ୍ଜୁରୀ ମିଳିଯାଇଛି।
ପଞ୍ଜାବର ମୋଗା ଜିଲ୍ଲାର ବାସିନ୍ଦା ତଥା ବଲିଉଡ ଅଭିନେତା ସୋନୁ ସୁଦ କୋଭିଡ-୧୯ ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇବାରେ ଆଗକୁ ବଢ଼ି ସାହାଯ୍ୟ କରିଥିଲେ। ସୋନୁ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇବାରେ ପରିବହନ ସେବା ଉପଲବ୍ଧ କରାଇଥିଲେ ଏବଂ ତାଙ୍କ ମାନବ ସେବାକୁ ଦେଶବାସୀ ଭୁରି ଭୁରି ପ୍ରଶଂସା କରିଥିଲେ। କରୋନା କାଳରେ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇବା ସହ ସୋନୁ ସୁଦ ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରିଆସୁଛନ୍ତି।
Comments are closed.