ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୪ ମୃତ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତ୍ରୀରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଛଅଜଣ ପିଲାଙ୍କ ସମେତ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ୧୧. ୪୫ ମିନିଟ୍ରେ ଦେଶରାଜ ଇନ୍ରା ଗାଁ ନିକଟରେ ମହିନ୍ଦ୍ରା କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏକ ବିବାହ ଉତ୍ସବରେ ଯୋଗ ଦେଇ ନିଜ ଗ୍ରାମ ଗୋଣ୍ଡାକୁ ଫେରୁଥିବା ସମୟରେ ‘ଏସ୍ୟୁଭି’ଟି ଏକ ଟ୍ରକ୍ ସହ ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଥିଲା। ‘ଏସ୍ୟୁଭି’ରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ପ୍ରତାପଗଡ଼ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅନୁରାଗ ଆର୍ଯ୍ୟ କହିଛନ୍ତି ଯେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ପିଲାମାନେ ହେଉଛନ୍ତି ୭ ରୁ ୧୫ ବର୍ଷ ବୟସର।
ଏହି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି।
Chief Minister Yogi Adityanath (in file pic) expresses grief over the Pratapgarh road accident. He has directed senior officials to reach the spot and provide all possible help to victims: CM's Office
Fourteen persons including six children died in the incident. https://t.co/3CR5vxoh2q pic.twitter.com/FmbYrcQa7F
— ANI UP (@ANINewsUP) November 20, 2020
Comments are closed.