ତହସିଲ ଅଫିସରେ ନିଆଁ ଲଗାଇଲା ଦୁର୍ବୃତ୍ତ
ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ। ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିବା ଜଣାପଡିଛି। ହଠାତ ନିଆଁ ଲାଗିବାରୁ ତହସିଲ ଅଫିସରେ ଥିବା କାଗଜପତ୍ର ଓ ଆସବାବପତ୍ର ଜଳିଯାଇଛି। ତେବେ କିଏ ଓ କେଉଁ କାରଣ ପାଇଁ ଏପରି ନିଆଁ ଲଗାଇଛି ସେ ନେଇ କିଛି ଜଣାପଡ଼ିନାହିଁ। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଛି।
ଅଗ୍ନିକାଣ୍ଡ ନେଇ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ମାମଲାରେ ସମ୍ବଲପୁର ରେଙ୍ଗାଲି ତହସିଲଦାର କହିଛନ୍ତି ଯେ, ଜଣେ ଲୋକ ଆସି ନିଆଁ ଲଗାଇଥିବା ଖବର ପାଇଛୁ।
Comments are closed.