ଦିଲ୍ଲୀ ଛାଡ଼ିବେ ସୋନିଆ ଗାନ୍ଧି !
![](https://www.odishalink.com/wp-content/uploads/2020/11/soniagandi1.jpg)
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦିଲ୍ଲୀ ଛାଡ଼ିବେ ବୋଲି ସୂଚନା ମିଳିଛି। କାରଣ ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଯାଇଥିଲା। ତାଙ୍କର କ୍ରୋନିକ ଛାତି ସଂକ୍ରମଣର ସମସ୍ୟା ଥିବାରୁ ସେ କିଛି ଦିନ ପାଇଁ ଗୋଆ ବା ଚେନ୍ନାଇରେ ଯାଇ ରହିବେ। ଏ ନେଇ ଆଜି ପାର୍ଟି ସୂତ୍ରରୁ ଜଣା ପଡ଼ିଛି।
ସୂତ୍ରରୁ ପ୍ରକାଶ ଯେ, ସୋନିଆ ଗାନ୍ଧି ଆଜି ଦିଲ୍ଲୀ ଛାଡ଼ିବାର ସମ୍ଭାବନା ରହିଛି ଏବଂ ରାହୁଲ ଗାନ୍ଧି କିମ୍ବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହିତ ସେ ଯିବେ ବୋଲି ଜଣା ପଡ଼ିଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ତାଙ୍କ ଆସ୍ଥମା ଏବଂ ଛାତି ସଂକ୍ରମଣ ଅବସ୍ଥାକୁ ଆହୁରି ବଢ଼ାଇ ଦେଇଛି ଏବଂ ତାଙ୍କୁ ଦିଲ୍ଲୀରୁ କିଛି ସମୟ ବାହାରକୁ ଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ଅଗଷ୍ଟରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସୋନିଆ ଗାନ୍ଧୀ ଅଧିକ ଔଷଧ ଖାଉଛନ୍ତି ଏବଂ ଦିଲ୍ଲୀର ପ୍ରଦୂଷଣ ହେତୁ ତାଙ୍କ ଛାତି ସଂକ୍ରମଣକୁ ନେଇ ଡାକ୍ତରମାନେ ଚିନ୍ତିତ ଥିବା ଜଣା ପଡ଼ିଛି। ଏ ନେଇ ତାଙ୍କୁ ଦିଲ୍ଲୀ ଛାଡ଼ି କିଛି ଦିନ ପାଇଁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି।
Comments are closed.