Odisha Link
Bridging the Missing Links in Odisha

ଗୁଳିବିନିମୟରେ ତିନି ମାଓବାଦୀ ନିହତ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତ୍ରୀରେ ବିହାରର ଗୟା ଜିଲ୍ଲାର ବାରାଚଟ୍ଟୀ ଅରଣ୍ୟ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଗୁଳି ବିନିମୟରେ ତିନିଜଣ ମାଓବାଦୀ ନିହତ ହୋଇଛନ୍ତି। ସେହି ସ୍ଥାନରୁ ମାଓବାଦୀ ଜୋନାଲ୍‌ କମାଣ୍ଡର୍‌ ଆଲୋକ ଯାଦବଙ୍କ ସମେତ ନିହତ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି।

ସୂଚନାଅନୁସାରେ, ରାତି ପ୍ରାୟ ୧୨.୩୦ରେ ସମ୍ପୃକ୍ତ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଯାଦବଙ୍କ ନାମରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଏହି ଅଭିଯାନରେ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ୍‌ ଏବଂ ଗୋଟିଏ ‘ଆଇଏନ୍‌ଏସ୍‌ଏଏସ୍‌’ ରାଇଫଲ୍‌ ଉଦ୍ଧାର କରାଯାଇଛି। ଏହି ଗୁଳି ବିନିମୟ ଯୋଗୁଁ ଆହତ ହୋଇଥିବା ଅନ୍ୟ ଚାରିଜଣଙ୍କୁ ଗୟାସ୍ଥିତ ଅନୁଗଡ଼ ନାରାୟଣ ମଗଧ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି।

Comments are closed.