ଭାରତୀ ଏବଂ ହର୍ଷଙ୍କୁ ଜାମିନ
![](https://www.odishalink.com/wp-content/uploads/2020/11/bhart.jpg)
ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଜାମିନ। ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଜି ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବା ପରେ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ବେଲ୍ ମିଳିଛି।
ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଶନିବାର ଭାରତୀ ସିଂ ଙ୍କୁ ଗିରଫ କରିଥିଲା। ରବିବାର ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନସିବି ଗିରଫ କରିଥିଲା। ଉଭୟ ନିଶା ସେବନ କରୁଥିବାର ସ୍ୱୀକାର କରିଛନ୍ତି।
ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବାର ଅଭିଯୋଗ ହେବା ପରେ ଏନସିବି ତାଙ୍କ ଘରେ ଚଢ଼ଉ କରିଥିଲା ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ରହୁଥିବା ମୁମ୍ବାଇ ସ୍ଥିତ ବାସଭବନରେ ଏନସିବି ଚଢଉ କରିବା ପରେ ତାଙ୍କ ଘରୁ ୮୬.୫ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା।
Comments are closed.