ଭୁବନେଶ୍ୱରରେ ମୋହନ ଭାଗବତ
![](https://www.odishalink.com/wp-content/uploads/2019/10/RSS-Chief-Mohan-Bhagwat.png)
ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ସେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଆର୍ଏସ୍ଏସ୍ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳରେ ଯୋଗଦେବେ।
ପୂର୍ବକ୍ଷେତ୍ର ପାଇଁ ଉଦ୍ଧିଷ୍ଟ ଏହି ବୈଠକ ଆସନ୍ତା ୨ ଦିନ ଯାଏଁ ଅନୁଷ୍ଠିତ ହେବ। ଏଥିରେ ଆରଏସଏସ ମୁଖ୍ୟ ସର କାର୍ଯ୍ୟବାହ ସୁରେଶ ଯୋଶୀ ମଧ୍ୟ ଯୋଗଦେବାର ରହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ ଜଣ ସଦସ୍ୟମାନେ ଏହି ବୈଠକରେ ଭାଗ ନେବେ।
ଏହି ବୈଠକରେ କୋଭିଡ୍-୧୯ ମହମାରୀ ସମୟରେ ସ୍ୱୟଂସେବକଙ୍କ ଦ୍ୱାରା କରାଯାଇଥିବା ସେବା କାର୍ଯ୍ୟର ଆଲୋଚନା ଓ ସମୀକ୍ଷା କରାଯିବ। ଏହାସହ କରୋନାରେ ପ୍ରଭାବିତ ଜନଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି।
Comments are closed.