ଆଜି ଭାରତ ବନ୍ଦ
![](https://www.odishalink.com/wp-content/uploads/2020/11/strike.jpg)
ଭୁବନେଶ୍ୱର: ଆଜି ଭାରତ ବନ୍ଦ। କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ସକାଳ ୬ରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଚକ ଅଖ ବନ୍ଦ ଡାକରା ଦେଇଛନ୍ତି ୧୦ଟି ଟ୍ରେଡ୍ ୟୁନିୟନ ଓ ୫୬ଟି କେନ୍ଦ୍ରୀୟ ଫେଡେରେସନ। ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ବାମ ଦଳ ସମେତ କଂଗ୍ରେସ ସମର୍ଥନ କରିଛି।
ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ଵନ୍ଦ, ଶ୍ରମ ଆଇନ ପ୍ରତ୍ୟାହାର କରିବା, କୃଷି ଆଇନ ପ୍ରତ୍ୟାହାର ଓ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଭଳି ବିଭିନ୍ନ ୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ପାଳନ କରୁଛି।
ଏହି ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। ଗାଡ଼ିମୋଟର, ଟ୍ରେନ୍, ବସ୍ ଚଳାଚଳ ବନ୍ଦ ରଖିବାକୁ CITUର ଆହ୍ୱାନ ଦେଇଛି। ଓଡ଼ିଶାର ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପିକେଟିଂ କରାଯିବା ସହ ରାସ୍ତାରୋକ କରାଯାଇଛି। ଭୁବନେଶ୍ୱରର ପ୍ରମୁଖ ଛକରେ ଟ୍ରେଡ୍ ୟୁନିୟନ ପକ୍ଷରୁ ରାସ୍ତାରୋକ କରାଯାଇଛି।
ସେହିପରି ରାଉରକେଲାର ବିର୍ସାମୁଣ୍ଡା ଛକ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ, ରାସ୍ତାରୋକ କରାଯାଇଥିବା ବେଳେ ବାଲେଶ୍ୱରରେ ଟ୍ରେନ୍, ଟ୍ରକ୍, ବସ୍ ଚଳାଚଳ ସମେତ ଦୋକାନ ବଜାର ବନ୍ଦ ରହିଛି। ରାୟଗଡ଼ା ଓ ଗୁଣପୁରରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି। ବଣାଇର କୋଇଡ଼ା, ରାଜାମୁଣ୍ଡା ଓ ଖୁଟୁଗାଁରେ ମଧ୍ୟ ରାସ୍ତାରୋକ କରାଯାଇଛି।
Comments are closed.